ଯାଜପୁର

ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସଫେଇ କର୍ମଚାରୀଙ୍କ ଧାରଣା

ଧର୍ମଶାଳା : ଯାଜପୁର ଜିଲା ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ସଫେଇ କର୍ମଚାରୀ ଆଜି ଧାରଣାରେ ବସିଛନ୍ତି । ଠିକାଦାରଙ୍କ ମନମୁଖି କାର୍ଯ୍ୟରେ ଅତିଷ୍ଠ ହୋଇପଡିଛନ୍ତି ସଫେଇ କର୍ମଚାରୀ । କର୍ମଚାରୀମାନେ ବିଭିନ୍ନ ଦାବି ନେଇ ଆଜି ସକାଳ ସମୟରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଫାଟକ ଆଗରେ ଧାରଣା ଦେବା ସହ ପ୍ରତିବାଦ କରିଛନ୍ତି । ସେମାନେ ମା ବିରଜା ଟ୍ରେଡସ୍‌ର୍ ଅଧିନରେ ସଫେଇ କାର୍ଯ୍ୟ କରି ଆସୁଛନ୍ତି । ସେମାନେ ୮ ଘଂଟା ପରିଶ୍ରମ  କରି ଦୈନିକ ୨ଶହ ଟଙ୍କା ପାରିଶ୍ରମିକ ପାଉଛନ୍ତି । ତାହା ପୁଣି ସଠିକ୍ ସମୟରେ ପାରିଶ୍ରମିକ ପାଉ ନାହାନ୍ତି । ମାସଟିଏ ମଧ୍ୟରେ ଦିନକ ପାଇଁ ଛୁଟି ମିଳୁ ନାହିଁ । ଅନ୍ୟ ସ୍ଥାନମାନଙ୍କରେ ଦିନକୁ ମଜୁରୀ ୪୫୦ଟଙ୍କା ରହିଥିବା ବେଳେ ୨ଶହ ଟଙ୍କାକୁ ନେଇ ଅସନ୍ତୋଷ ପ୍ରକାଶ କରି ଆଜି ଧାରଣାରେ ବସିଛନ୍ତି । ସ୍ୱାସ୍ଥ୍ୟ କେନ୍ଦ୍ରରେ ଶହଶହ ରୋଗୀଙ୍କ ମଳ,ମୁତ୍ର,ରକ୍ତ,ବାନ୍ତି ସହ ଅଳିଆ ଅବର୍ଜନା ସଫା କରୁଥିବା ବେଳେ ଆବଶ୍ୟକ ମୁତାବକ ଦରମା ମିଳୁ ନାହିଁ । ଏନେଇ ଦରମା ଦୃଦ୍ଧି ସହ ଛୁଟି ପାଇଁ ସେମାନେ ଦାବି କରିଛନ୍ତି । ଯେ ପର୍ଯ୍ୟନ୍ତ ଦାବି ପୁରଣ ନ ହୋଇଛି ସେପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ଝୁନୁ ଗୋଚ୍ଛାୟତ,ମାନି ଗୋଚ୍ଛାୟତ,ସାବିତ୍ରୀ େବେହରା,ରାନି ବେହେରା,ମମତା ଦଳେଇ, ମନୋଜ ବେହେରା,ସୁନିଲ ବେହେରା ଓ ଦିନା ମଲିକ ପ୍ରମୁଖ ଚେତାବାନୀ ଦେଇଛନ୍ତି ।   

Related Articles

Leave a Reply

Your email address will not be published.

Back to top button