ଯାଜପୁର

ଜାରକାସ୍ଥିତ ବିଜେଡି କାର୍ଯ୍ୟାଳୟରେ ଉପ ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା

ଧର୍ମଶାଳା : ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଜାରକା ବିଜେଡି କାର୍ଯ୍ୟାଳୟରେ ଜିଲା ପରିଷଦ  ଆସନ ପାଇଁ ଉପ ନିର୍ବାଚନ ନିମନ୍ତେ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ଧର୍ମଶାଳା ନିର୍ବାଚନ ମଣ୍ଡଳୀ ୧୫ ନଂ ଜୋନ ଜିଲା ପରିଷଦ ପ୍ରାର୍ଥୀଭାବେ ଚକ୍ରଧର ବେହେରାଙ୍କ ନାମ ଘୋଷଣା କରାଯାଇଛି । ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟଙ୍କ ନିର୍ଦ୍ଦେଶକ୍ରମେ ଦଳୀୟ କାର୍ଯ୍ୟାଳୟରେ ବ୍ଲକ ସଭାପତି ଜଳଧର ମହାନ୍ତି ତାଙ୍କ ନାମ ଘୋଷଣା କରିଛନ୍ତି । ଏହି ସମୟରେ ଦଳ ପକ୍ଷରୁ ବରିଷ୍ଠ ବିଜେଡି ନେତା ଜଳଧର ସାହୁ, ଯୁବ ବିଜେଡି ସଭାପତି କ୍ଷିତିଶ ନାୟକ, ଛାତ୍ର ବିଜେଡି ସଭାପତି ଜଗଦାନନ୍ଦ ରାଉତ ପ୍ରମୁଖଙ୍କ ସମେତ ବହୁ କର୍ମୀ  ଉପସ୍ଥିତ ଥିଲେ ।

ଏଠାରେ ସୂଚନା ଯୋଗ୍ୟ ଯେ, ଏହି ଜୋନର ଜିଲ୍ଲା ପରିଷଦ ସଭ୍ୟ ଭାଗ୍ୟଧର ସେଠୀଙ୍କର ଅକାଳ ବିୟୋଗ ପରେ ଏହି ପଦବୀ ଖାଲି ପଡିଥିଲା ।  ଆସନ୍ତା ଅଗଷ୍ଟ ମାସ ୯ତାରିଖରେ ଉପ ନିର୍ବାଚନ ପାଇଁ ଭୋଟ ଗ୍ରହଣ ଅନୁଷ୍ଠିତ ହେବ । 

Related Articles

Leave a Reply

Your email address will not be published.

Back to top button