Balangir

ଲଲିତ ଜୈନଙ୍କ ମୃତ୍ୟୁର ଉଚ୍ଚସ୍ତରୀୟ ତଦନ୍ତ ଦାବିରେ ଜିଲ୍ଲାପାଳଙ୍କୁ ବଲାଙ୍ଗୀର ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ଦାବିପତ୍ର ପ୍ରଦାନ

ବଲାଙ୍ଗିର : ଲଲିତ ଜୈନଙ୍କ ମୃତ୍ୟୁର ଉଚ୍ଚସ୍ତରୀୟ ତଦନ୍ତ ଦାବିରେ ବଲାଙ୍ଗୀର ଜିଲ୍ଲାପାଳଙ୍କୁ ବଲାଙ୍ଗୀର ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । କଣ୍ଟାବାଞ୍ଜି ପ୍ରମୋଦ ଜୈନଙ୍କ ପୁଅ ଲଲିତ ଜୈନ ବୟସ (୧୫) ୧୫/୦୭/୨୦୨୩ ରିଖ ଦିନ ସକାଳରୁ ନିଖୋଜ ଥିଲେ । ଦିନବେଳା ତିନି ଘଣ୍ଟା ସମୟରେ ନିଖୋଜ ହୋଇଥିବା ରେଳ ଧାରଣାରୁ ଲଲିତଙ୍କ ଶବକୁ କଣ୍ଟାବାଞ୍ଜି ରେଲୱେ ପୋଲିସ ଜବତ କରିଥିଲା । କିନ୍ତୁ ବହୁତ୍ ଦୁଃଖର କଥା କଣ୍ଟାବାଞ୍ଜି ରେଲୱେ ପୋଲିସ ଶବକୁ ବ୍ୟବଚ୍ଛେଦ ନ କରି ଏବଂ ୭୨ ଘଣ୍ଟା ଶବକୁ ରେଲୱେ ପୋଲିସ ରଖିବା କଥା, କିନ୍ତୁ କାହାକୁ ନଜଣାଇ ଗାତ ଖୋଳି ପୋତି ଦେଇଥିଲା । ଘଟଣାଟି ପ୍ରଘଟ ହେବା ପରେ ତା-୧୫/୦୭/୨୦୨୩ ରିଖ ଦିନ ଗାତରୁ ଶବକୁ ବାହାର କରି କଣ୍ଟାବାଞ୍ଜି ପୋଲିସ ଘର ଲୋକଙ୍କୁ ତରବରିଆ ଭାବରେ ଶବଦାହ କରିବାକୁ ଦେଇ ଦେଲେ । କଂଟାବାଞ୍ଜି ପୋଲିସ ମଧ୍ୟ ଶବ ବ୍ୟବଚ୍ଛେଦ କଲା ନାହିଁ କିମ୍ବା ତଦନ୍ତ ବି କଲା ନାହିଁ । ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ଆଲୋଚନା ହେଉଛି । ତାଙ୍କ ବାପା ମଧ୍ୟ ମୋର ପୁଅକୁ ହତ୍ୟା କରାଯାଇଛି ବୋଲି ଅଭିଯୋଗ କରିଛନ୍ତି । ଏଣୁ, ବଲାଙ୍ଗୀର ସ୍ୱେଚ୍ଛାସେବୀ ସଂଗଠନ ତରଫରୁ ଲଲିତ ଜୈନଙ୍କର ମୃତ୍ୟୁ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଦାବି କରାଯାଉଛି । ଜିଲ୍ଲାପାଳ ମହୋଦୟ ଦାବି ପତ୍ର ଗ୍ରହଣ କରି ତଦନ୍ତ ନିୟମ ଅନୁସାରେ କରିବାକୁ ପ୍ରତିଶୃତି ଦେଇଛନ୍ତି ।

ସ୍ୱେଛାସେବୀ ସଂଗଠନର ସନ୍ତୋଷ ପଟ୍ଟନାୟକ, ଗୋବିନ୍ଦ ଚନ୍ଦ୍ର ଶତପଥୀ, ଅଜୟ ନାଗ, ସନ୍ଦୀପ ବାଗ, ସୁରେନ୍ଦ୍ର ସେଠ, ସୁମିତ ମିଶ୍ର, ରବୀନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

Related Articles

Leave a Reply

Your email address will not be published.

Back to top button