Angul

ନାହିଁ ନାହିଁ ରେ ଚାଲିଛି ସ୍ୱାସ୍ଥ୍ୟ ସେବା, ଲିକ୍ୱିଡ଼୍ ଅଭାବରୁ ରକ୍ତ ନମୁନା ପରୀକ୍ଷା ବନ୍ଦ, ସାତ ଦିନ ହେବ ରୋଗୀ ସେବା ଠପ

ପାଲଲହଡା : ନାହିଁ ନାହିଁ ରେ ଚାଲିଛି ପାଲଲହଡା ଉପଖଣ୍ଡ ଚିକତ୍ସାଳୟ ସ୍ୱାସ୍ଥ୍ୟ ସେବା । ଲିକ୍ୱିଡ଼୍ ଅଭାବରୁ ରକ୍ତ ନମୁନା ପରୀକ୍ଷା ନହୋଇପାରିବା ଭଳି ଦୃଶ୍ୟ ସାମ୍ନାକୁ ଆସିଲାଣି । ସାତ ଦିନ ହେବ ବନ୍ଦ ହୋଇପଡିଛି ରୋଗୀ ସେବା । ଚିକତ୍ସା ଅଧକାରୀ କାହା ଛାତ୍ର ଛାୟା ତଳେ ଅଛନ୍ତି ତାହା ଏବେ ଜନମାନସରେ ଚର୍ଚ୍ଚାର ବିଷୟ ପାଲଟିଛି । ଚିକତ୍ସା ଅଧକାରୀ ମାସକୁ ପନ୍ଦର ଦିନ ଡ୍ୟୁଟିରେ ତ ପନ୍ଦର ଦିନ ଛୁଟିରେ ରୁହନ୍ତି ବୋଲି ମଧ୍ୟ ଜନସାଧାରଣରେ ଅଭିଯୋଗ ହେଉଛି ।

ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଗରିବ ଲୋକ ଜନ କଲ୍ୟାଣ ନିମନ୍ତେ ସ୍ୱାସ୍ଥ୍ୟ ସେବା ଉପଲକ୍ଷେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି l କିନ୍ତୁ ଏହାର ସଠିକ ସେବା ଉପାନ୍ତ ଅଞ୍ଚଳ ରେ ପହଞ୍ଚି ପାରୁନାହିଁ l ସରକାରଙ୍କ ମାଗଣା ଜନ ହିତକର ସ୍ୱାସ୍ଥ୍ୟ ସେବାର ପ୍ରଚାର ପ୍ରସାର ବୋଧ ହୂଏ ଲଟକି ରହିଛି କେବଳ ସରକାରୀ କାନ୍ଥରେ l

ଆମେ କହୁଛୁ ଅନଗୁଳ ଜିଲ୍ଲା ପାଲଲହଡା ବ୍ଲକରେ ଥିବା ଉପଖଣ୍ଡ ଚିକିତ୍ସାଲୟ କଥା, ଏହି ଉପଖଣ୍ଡ ଚିକିତ୍ସାଲୟ ଉପରେ ସୀମାନ୍ତ ଜିଲ୍ଲା ଦେବଗଡ଼, ବାରକୋଟ ଓ କେନ୍ଦୁଝର ଜିଲ୍ଲାର ତେଲକୋଇ, ଜଗମହନପୁର, ଖମାର ଅଞ୍ଚଳରୁ 50 ହଜାରରୁ ଉର୍ଦ୍ଧ୍ୱ ଲୋକ ସ୍ୱାସ୍ଥ୍ୟ ସେବା ପାଇଁ ନିର୍ଭର କରୁଥିବା ବେଳେ ଡାକ୍ତରଖାନାରେ ଆବଶ୍ୟକ ସଂଖ୍ୟକ ଡାକ୍ତର ଉପସ୍ଥିତ ରହୁନଥିବାରୁ ପ୍ରତିଦିନ ଆଖ ପାଖ ଅଞ୍ଚଳରୁ 5 ସହ ରୁ 1000 ଲୋକ ଆସୁଥିବା ବେଳେ (ଆଉଟ ଡୋର) ରେ ହାତ ଗଣତି ଜଣେ ରୁ ଦୁଇଜଣ ଡାକ୍ତର ଉପସ୍ଥିତରେ ଚାଲିଛି ପ୍ରତ୍ୟହ ରୋଗୀ ସେବା l ଯଉଁଥିପାଇଁ ରୋଗୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ପାଲଲହଡା ଉପଖଣ୍ଡ ଚିକତ୍ସାଳୟରେ 18 ଜଣ ଡାକ୍ତର ଆବଶ୍ୟକ ଥିବା ବେଳେ ମାତ୍ର ଆଠ ଜଣ ଡାକ୍ତରଙ୍କ ଦ୍ୱାରା ଚାଲିଛି ରୋଗୀ ସେବା l

ତେବେ ଡାକ୍ତର ସମସ୍ୟାକୁ ନେଇ ବିଭିନ୍ନ ସମୟରେ ବିଭିନ୍ନ ସଂଘଠନ ତରଫରୁ ଜନ ଆନ୍ଦୋଳନ ହୋଇଆସୁଛି ଓ ନିର୍ବାଚନ ପରେ ନିର୍ବାଚନ ଯାଉଛି ହେଲେ ଏହି ଅଞ୍ଚଳରୁ ପ୍ରତିନିଧିତ୍ୱ କରୁଥିବା ଜନପ୍ରତିନିଧିମାନଙ୍କ ଦ୍ଵାରା ଦିଆ ଯାଉଥିବା ମିଥ୍ୟା ପ୍ରତିଶୃତି ବୋଧ ହୁଏ ପାଣି ର ଗାର ପାଲଟିଛି l ଗୋଟେ ପଟେ ଡାକ୍ତର ସଂଖ୍ୟା କମ ଥିବା ବେଳେ ଅନ୍ୟ ପଟରେ ରୋଗୀ ମାନଙ୍କ ସେବା ନିମନ୍ତେ ଏକ୍ସରେ ମେସିନ ଠାରୁ ଆରମ୍ଭ କରି ଲକ୍ଷାଧିକ ଟଙ୍କାର ଅଲଟ୍ରା ସାଉଣ୍ଡ ମେସିନ ଅପରେଟର ଅଭାବରୁ ଷ୍ଟୋର ରୁମରେ ଖତ ଖାଉଥିବା ଦେଖିବାକୁ ମିଳିଛି l ତେବେ 5 ଟି ବା ମୋ ସରକାର ଅଧୀନରେ ରୋଗୀ ମାନଙ୍କୁ ମାଗଣା ରକ୍ତ ପରୀକ୍ଷା ଠାରୁ ଆରମ୍ଭ କରି ଉନ୍ନତ ମାନର ଚିକିତ୍ସା ପାଇଁ ସୁବିଧା ଥିଲେ ସୁଦ୍ଧା ସାମାନ୍ୟ TLC, DLC, ESR, ଓ CBC ଭଳି ରକ୍ତ ପରୀକ୍ଷା ପାଇଁ ଉଦିଷ୍ଟ ହଉ ଥିବା ଲିକ୍ୱିଡ଼ ଅଭାବରୁ ଦୀର୍ଘ 7 ଦିନ ହେବ ଡାକ୍ତରଖାନା ତରଫରୁ ଏହି ସବୁର ରକ୍ତ ନମୁନା ପରୀକ୍ଷା ସମ୍ପର୍ଣ୍ଣ ଠପ ହୋଇପଡିଛି l

ସବୁଠାରୁ ଗୁରୁତ୍ତ୍ୱପୂର୍ଣ କଥା ହେଲା, ଦୂର ଦୁରାନ୍ତ ବା ଉପାନ୍ତ ଅଞ୍ଚଳରୁ ଆସୁଥିବା ଗରିବ ରୋଗୀମାନେ ସରକାରଙ୍କ ମାଗଣା ରକ୍ତ(TLC, DLC, CBC ) ପରୀକ୍ଷାରୁ ବଞ୍ଚିତ ହୋଇ ବେସରକାରୀ କ୍ଲିନିକରେ 300 ରୁ ଉର୍ଦ୍ଧ ଟଙ୍କା ଦେଇ ରକ୍ତ ପରୀକ୍ଷା କରି ଶୋଷଣର ଶୀକାର ହେଉଥିବା ଅଭିଯୋଗ ଆସିଛି l ଆଜି ଏମିତି କିଛି ଅଭିଯୋଗ ଆଣିଛନ୍ତି କେନ୍ଦୁଝର ଜିଲ୍ଲା ବିଂଝବାହାଲ ଅଞ୍ଚଳର ତ୍ରିବଣ ସାହୁ l ସେ ପାଲଲହଡା ଡାକ୍ତରଖାନାକୁ ଅସି ନିଜର CBC ଟେଷ୍ଟ କରିବା ପାଇଁ ଆବଶ୍ୟକ ପଡିବାରୁ ଦାଇତ୍ୱରେ ଥିବା ରକ୍ତ ପରୀକ୍ଷାଗାରରେ ପହଞ୍ଚିଥିଲେ, କାର୍ଯ୍ୟରତ କର୍ମଚାରୀ ମାନେ ତାଙ୍କୁ ଡାକ୍ତରଖାନାରେ ଏହି ସୁବିଧା ବର୍ତମାନ ପାଇଁ ନାହିଁ ବୋଲି ରୋକଠୋକ ମନା କରିବା ସହିତ ବାହାର କ୍ଲିନିକରେ ଟେଷ୍ଟ କରାଇ ନେବାକୁ କହିଥିଲେ l ସରକାରୀ ସ୍ତରରେ ମାଗଣା ଥିବା ବେଳେ ବେସରକାରୀ କ୍ଲିନିକରେ 300 ଟଙ୍କା ଦେଇ ରକ୍ତ ପରୀକ୍ଷାର ରିପୋର୍ଟ ଆଣିଥିଲେ l ଏହି ଘଟଣାକୁ ସେ କ୍ଷଭୋର ସହ ଅଭିଯୋଗ କରିଛନ୍ତି l

ଆମେ ଏହି ଅଭିଯୋଗକୁ ନେଇ ପାଲଲହଡା ଡାକ୍ତରଖାନାର ରକ୍ତ ପରୀକ୍ଷା କେନ୍ଦ୍ରର କର୍ମଚାରୀକୁ ପଚାରିଥିଲୁ, ତେବେ ରକ୍ତ ନମୁନା ପରୀକ୍ଷା ପାଇଁ ଉଦିଷ୍ଟ ହେଉଥିବା ଲିକ୍ୱିଡ 7 ଦିନ ହେବ ଆମ ପାଖରେ ନଥିବାରୁ ବିଗତ 7 ଦିନ ହେବ ରୋଗୀମାନେ ସେବା ପାଇବାରୁ ବଞ୍ଚିତ ହେଉଥିବା କଥା ରକ୍ତ ପରୀକ୍ଷା କେନ୍ଦ୍ରର କର୍ମଚାରୀ ଷ୍ପଶ୍ଟ କରିଥିଲେ l ସେ ଆହୁରି ମଧ୍ୟ କହିଥିଲେ ଯେ, ପ୍ରତ୍ୟେକ ଦିନ 200 ରୁ ଅଧିକ ରକ୍ତ ପରୀକ୍ଷା ପାଇଁ ଆସୁଥିବା ରୋଗୀ ନିରାଶ ହୋଇ ଫେରୁଛନ୍ତି l ଅନ୍ୟପଟେ ପାଲଲହଡା ଉପଖଣ୍ଡ ଚିକିତ୍ସାଲୟ ଅଧିକାରୀ ଡ଼ା. ଜେ.ବି. ପଟ୍ଟନାୟକଙ୍କୁ ଯୋଗାଯୋଗ କରିବାରୁ ସେ ଅନୁପସ୍ଥିତ ଥିବା ଜଣା ପଡିଥିଲା l ଏକ ଗୁରୁତ୍ୱପୂର୍ଣ୍ଣ ଦାଇତ୍ୱରେ ଥାଇ ମଧ୍ୟ ମୁଖ୍ୟ ଚିକିତ୍ସାକ ଅଧିକାରୀ ମହାଶୟ କୁଆଡେ ମାସକୁ 15 ଦିନ ରୁ ଅଧିକ ଛୁଟି ରେ ରୁହନ୍ତି ବେଲି ଜଣା ପଡିଥିଲା l

ଅନ୍ୟ ପକ୍ଷରେ ରକ୍ତ ପରୀକ୍ଷା ଲିକ୍ୱିଡ଼ ନଥିବା କଥାକୁ ସମ୍ପୂର୍ଣ ଭାବରେ ଖଣ୍ଡନ କରିଛନ୍ତି ଡାକ୍ତରଖାନା ମେନେଜମେଣ୍ଟ ଦାୟିତ୍ୱରେ ଥିବା ଅଧିକାରୀ ସଞ୍ଜୟ କୁମାର ମାଲୁଆ l

ଏଠି ପ୍ରଶ୍ନ ଉଠେ କିଏ ସତ । ଅଭିଯୋଗକାରୀ ନା ରକ୍ତ ନମୁନା ପରୀକ୍ଷା କରୁଥିବା କର୍ମଚାରୀ, ନା ମ୍ୟାନେଜେମେଣ୍ଟରେ ଥିବା ମ୍ୟାନେଜେର ? ମାଗଣା ସରକାରୀ ସ୍ୱାସ୍ଥ୍ୟ ସେବା ଯୋଜନା କାହା ସ୍ୱାର୍ଥରେ ଅଛି ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି? ବିଗତ 7 ଦିନ ହେବ ଲିକ୍ୱିଡ଼ ଅଭାବରୁ ରୋଗୀ ସେବା ସମ୍ପୂର୍ଣ ଠପ ଥିବା ବେଳେ ଏ ଘଟଣା ପାଇଁ ଉତ୍ତର ଦାଈ କିଏ ? ଏଠି ଲକ୍ଷାଧିକ ଟଙ୍କାର ଏକ୍ସରେ ମେସିନ ଖତ ଖାଉଛି କାହିଁକି ? କାହା ଛତ୍ର ଛାୟା ତଳେ ଅଛନ୍ତି ଡାକ୍ତରଖାନା ର ମୁଖିଆ ( SDMO) ? ପନ୍ଦର ଦିନ ମାତ୍ର ଡ୍ୟୁଟି କରି ସରକାରଙ୍କ ଠାରୁ ମାସକଯାକର ମୋଟା ଅଙ୍କର ଦରମା ହାତଇବାରେ ସଫଳ ହଉଛନ୍ତି କେମିତି ? କାହାର ଭୁଲ ପାଇଁ ସାଧାରଣ ଜନତା ଅସୁବିଧାର ସମ୍ମୁଖୀନ ହଉଛନ୍ତି ? ବିଭାଗୀୟ ଅଧିକାରୀଙ୍କ ଭୁଲ ନା ସରକାରଙ୍କ ଵିଧି ବ୍ୟବସ୍ଥାର ଭୁଲ ?

ଆଶା କରିବୁ ଏହି ଖବରକୁ ପଢିଲା ପରେ ମୋ ସରକାର ବା ଜିଲ୍ଲା ପ୍ରଶାସନ ଏହି ଘଟଣାକୁ ଗୁରୁତ୍ତର ସହିତ ନେଇ ଏହି ଘଟଣା ଉପରେ ତଦନ୍ତ କରାଯାଉ ଓ ଅବ୍ୟବସ୍ଥା ମଧ୍ୟରେ ଗତି କରୁଥିବା ପାଲଲହଡା ଡାକ୍ତରଖାନାକୁ ସମସ୍ତ ମୌଳିକ ସୁବିଧା ଯୋଗାଇବାରେ ସହାୟକ ହେବାପାଇଁ ସରକାରଙ୍କ ନିକଟରେ ପାଲଲହଡା ବାସୀ ଦାବି କରିଛନ୍ତି l

Related Articles

Leave a Reply

Your email address will not be published.

Back to top button