କେନ୍ଦ୍ରାପଡା

ଆଲୋଚନା ପରେ ବିଦ୍ୟୁତ୍ ଠିକା କର୍ମଚାରୀଙ୍କ ଧାରଣା ପ୍ରାତ୍ୟାହୃତ 

କେନ୍ଦ୍ରାପଡ଼ା : ବିଦ୍ୟୁତ୍ ଡିଭିଜନ ଟିପିସିଓଡିଏଲ କାର୍ଯ୍ୟାଳୟ ସମ୍ମୁଖରୁ ଧାରଣା ପ୍ରତ୍ୟାହୃତ ହୋଇଛି । ଦୀର୍ଘ ଦିନ ଧରି ଠିକା ଶ୍ରମିକ ମାନେ ବିଭିନ୍ନ ଦାବି ନେଇ ଆନ୍ଦୋଳନ ଓ ଧାରଣା ଚଲାଇଥିଲେ । ଟିପିସିଓଡିଏଲ ଅଧିନରେ କାମ କରୁଥିବା ଶତାଧିକ ଠିକା କର୍ମଚାରୀ ସଂଘ ସଭାପତି ଦେବଦାସ ମହାନ୍ତିଙ୍କ ନେତୃତ୍ୱରେ ଆନ୍ଦୋଳନ ଚଳାଇ ଆସୁଥିଲେ । ତେବେ ଟିପିସିଓଡିଏଲ ର ବରିଷ୍ଠ ବିଭାଗୀୟ ଅଧିକାରୀ ମାନେ ଆନ୍ଦୋଳନ ସ୍ଥଳରେ ପହଂଚି କର୍ମକର୍ତାଙ୍କ ସହ ଦାବି ପୁରଣ ନେଇ ଆଲୋଚନା କରିଥିଲେ । ଏହି ଆଲୋଚନାରେ ସମସ୍ତ ଠିକା କର୍ମଚାରୀ ମାନଙ୍କୁ ନିୟମିତ କରିବା ପାଇଁ ପଦ୍ଧତି ଆରମ୍ଭ କରାଯିବ, କର୍ମଚାରୀମାନେ ୮ ଘଣ୍ଟାରୁ ଅଧିକ ସମୟ ଡିୟୁଟି କରିବେ ନାହିଁ, କାର୍ଯ୍ୟରତ କର୍ମଚାରୀ ମାନଙ୍କୁ ବିଭାଗ ତରଫରୁ ତେଲ ବହନ କରାଯିବ, ଲାଇନ ମ୍ୟାନ ଓ ବିଲ କଲେକଟର ମାନଙ୍କୁ ସେମାନଙ୍କ ଦକ୍ଷତା ଅନୁଯାଇ ପଦୋନ୍ନତି ଓ ପ୍ରୋତ୍ସାହନ ରାଶି ଦିଆଯିବ । କର୍ମଚାରୀ ମାନଙ୍କ ୧୫୦୦ ଟଙ୍କା ଦରମା ବୃଦ୍ଧି କରାଯିବା ପ୍ରଭୃତି ସଂପର୍କରେ ଆଲୋଚନା କରାଯାଇ ଲିଖିତ ପ୍ରତିଶୃତି ବିଭାଗ ତରଫରୁ ପ୍ରଦାନ କରାଯିବା ପରେ ଧାରଣା

Related Articles

Leave a Reply

Your email address will not be published.

Back to top button