Koraput

ଗୁପ୍ତେଶ୍ୱର ପୀଠରେ ଜଳାଭିଷେକ କର ଆଦାୟ ବନ୍ଦ କରିବାକୁ ହିନ୍ଦୁ ମହାସଂଘର ଦାବି

ଜୟପୁର : ଗୁପ୍ତେଶ୍ୱର ପୀଠରେ ଜଳାଭିଷେକ କର ଆଦାୟ ବନ୍ଦ କରିବାକୁ ହିନ୍ଦୁ ମହାସଂଘ ଜୟପୁର ନଗର ତରଫରୁ ଦାବି କରାଯାଇଛି । ଏନେଇ ଜୟପୁର ତହସିଲଦାର ତଥା ଦେବୋତର ଅଧିକାରି ସାଗରିକା ଷଡଙ୍ଗିଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି ।

ଉକ୍ତ ଦାବି ପତ୍ରରେ ଉଲ୍ଲେଖ କରାଯାଇଛି ଯେ, ରାଜ୍ୟରେ କୌଣସି ସ୍ଥାନରେ ଦର୍ଶନ ପାଇଁ ଟଙ୍କା ଆଦାୟ କରାଯାଉ ନାହିଁ, କିନ୍ତୁ ଗୁପ୍ତେଶ୍ୱର ପୀଠରେ ଟଙ୍କା ଆଦାୟ କରାଯାଉଥିବାରୁ ଏହା ଏକ ଅପମାନ ପରି ମନେ ହେଉଛି । ଏହା ସମଗ୍ର ଦକ୍ଷିଣ ଓଡିଶା ଆନ୍ଧ୍ର ଓ ଛତିଶଗଡର ହିନ୍ଦୁ ସେବକ ମାନଙ୍କର ଏକ ପ୍ରସିଦ୍ଧ ଶୈବପୀଠ ଅଟେ । ଏଠାକୁ ବର୍ଷ ସାରା ଆସିବା ସହ ଶ୍ରାବଣ ମାସ ସୋମବାର ଦିନ ହଜାର ହଜାର ସଂଖ୍ୟାରେ ଭକ୍ତ ନଦୀରେ ସ୍ନାନ କରି କାଉଡିରେ ପାଣି ଭାର ଧରି ଶହ ଶହ କିଲୋ ମିଟର ଦୂର ପଥ ଦେଇ ବନ ପାହାଡ, ନଦୀ ନାଳ ଦେଇ ବହୁତ କଷ୍ଟରେ ଏଠାକୁ ଆସି ମହାଦେବଙ୍କ ଦର୍ଶନ ଓ ଜଳାଭିଷେକ କରନ୍ତି । କୋରାପୁଟ ଜିଲା ଏକ ଆଦିବାସୀ ଅଧ୍ୟୁଷିତ ଅଂଚଳ । ଏଠାକୁ ରାଜ୍ୟ ଓ ରାଜ୍ୟ ବାହାରୁ ଶ୍ରଦ୍ଧାଳୁ ଆସନ୍ତି ତେଣୁ ଦର୍ଶନକୁ ୧୦ ଟଙ୍କା ଆଦାୟ କରିବା ବନ୍ଦ କରିବାକୁ ଦାବି କରାଯାଇଛି ।

ଏନେଇ ଆଜି ମହାସଂଘର ରାଷ୍ଟ୍ରିୟ ପ୍ରବକ୍ତା ଚିନ୍ମୟି ସାହୁ, ନଗର ସଭାପତି ଅଭି ନାୟକ, ଶୁଭମ ପଣ୍ଡା, ବାପି ଜାନି, ଟିଙ୍କୁ ବେହେରା, ଜଗଦିଶ ରାଓ, ସୁରଜ ପଟ୍ଟନାୟକ, ଦିଲିପ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ଦାବି ପତ୍ର ପ୍ରଦାନ କରିଥିଲେ ।

Related Articles

Leave a Reply

Your email address will not be published.

Back to top button