ଅପରାଧ

ବଦଳିଲା ଗୋପାଳ ଦାସଙ୍କ ଠିକଣା

ଭୁବନେଶ୍ବର: ଝାରସୁଗୁଡା ଉପକାରାଗାରରୁ ଚୌଦ୍ୱାର ଜେଲକୁ ଆସିଲେ  ନବ  ଦାସଙ୍କ ହତ୍ୟାକାରୀ ଗୋପାଳ ଦାସ l କ୍ରାଇମବ୍ରାଞ୍ଚର ଏକ ଟିମ କଡା ସୁରକ୍ଷା  ବଳୟ  ମଧ୍ୟରେ  ଆଣିଛି ଗୋପାଳଙ୍କୁ l ରିମାଣ୍ଡ ଅବଧି  ଶେଷ ହେବା ପରେ ହୋଇଥିଲା ଗୋପାଳଙ୍କ 164 ବୟାନ  ରେକର୍ଡ l ଜୀବନ ପ୍ରତି ବିପଦ  ଥିବା ଦର୍ଶାଇ ଚୌଦ୍ୱାର ଜେଲକୁ ସ୍ଥାନାନ୍ତରିତ କରାଗଲା ଗୋପାଳଙ୍କୁ l

ସରିଲା ଗୋପାଳଙ୍କ ରିମାଣ୍ଡ ଅବଧି ଏବଂ କୋର୍ଟରେ ବୟାନ ରେକର୍ଡ l ମାତ୍ର ନବ ଦାସ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋପାଳଙ୍କ ପାଇଁ ବଦଳିଲା  ଜେଲର ଠିକଣା l ଝାରସୁଗୁଡ଼ା ଉପ-କାରାଗାରରେ ନ ରଖାଯାଇ ଗୋପାଳଙ୍କୁ ସ୍ବତନ୍ତ୍ର ବ୍ୟବସ୍ଥାରେ ନିଆଯାଇଛି  ଚୌଦ୍ୱାର ଜେଲ l ଝାରସୁଗୁଡ଼ା ଉପ-କାରାଗାରରେ ତାଙ୍କ ଜୀବନ ପ୍ରତି ବିପଦ ରହିଛି ବୋଲି ପୂର୍ବରୁ ଗୋପାଳ ଆଶଙ୍କା  ବେଳେ ଜେଲ ସୁପରିଣ୍ଟେଡେଣ୍ଟ ମଧ୍ୟ ଏ ନେଇ କୋର୍ଟକୁ ଜଣାଇଥିଲେ l ଗୋପାଳର ଆଜି 164 ବୟାନ ରେକର୍ଡ ପାଇଁ ଜେଏମ୍ଏଫସି କୋର୍ଟରେ ହାଜର କରିଥିଲା କ୍ରାଇମବ୍ରାଞ୍ଚ । ପରେ କଡା  ସୁରକ୍ଷା ବଳୟରେ ଗୋପାଳକୁ ଅଣାଯାଇଛି ଚୌଦ୍ୱାର ଜେଲକୁ l

ଅନ୍ୟପଟେ ଚୌଦ୍ୱାର କାରାଗାରରେ ଗୋପାଳଙ୍କ ପାଇଁ ହୋଇଛି କଡା ସୁରକ୍ଷା l ଜେଲରେ ହୋଇଥିବା ସ୍ୱତନ୍ତ୍ର ସେଲରେ ରହିବେ  ଗୋପାଳ l 24 ଘଣ୍ଟିଆ ସୁରକ୍ଷା ବଳୟ ସହ ରହିବ ସିସିଟିଭି ସର୍ଭେଲାନ୍ସ l ଏ ନେଇ ଚୌଦ୍ୱାର ଜେଲ ଅଧିକ୍ଷକ ଙ୍କ ସହ ସମୀକ୍ଷା କରିଛନ୍ତି ଜେଲ DIG  l ବାଇପୋଲାର ଡ଼ିସଅର୍ଡର ଥିବାରୁ ଜେଲକୁ ପ୍ରବେଶ ସମୟରେ ପ୍ରଥମେ  ଗୋପାଳଙ୍କ ସ୍ୱାସ୍ଥ୍ୟ ଚେକ ଅପ ଓ ମାନସିକ ସ୍ୱାସ୍ଥ୍ୟର ଯାଞ୍ଚ ହେବ l ପରବର୍ତୀ ସମୟରେ ଗୋପାଳଙ୍କ ପାଇଁ ଜେଲ ମାନୁଆଲ ଅନୁଯାୟୀ ସ୍ୱାସ୍ଥ୍ୟ ସେବା ଯୋଗାଇଦିଆଯିବ l 

ଗୋପାଳଙ୍କ ମାମଲା ଝାରସୁଗୁଡା କୋର୍ଟରେ ଚାଲିଥିବା ବେଳେ ଚୌଦ୍ୱାର ଜେଲରେ ରହି ଭିଡିଓ କନଫରେନସିଂ ଜରିଆରେ ହାଜର ହେବେ ବୋଲି ସୂଚନା  ଦେଇଛନ୍ତି ଜେଲ DIG ଶୁଭକାନ୍ତ ମିଶ୍ର l

ଝାରସୁଗୁଡା ଉପକାରାଗାର ରେ ନ ରହି ଚୌଦ୍ୱାର ଜେଲକୁ ଆସିଲେ  ଅଭିଯୁକ୍ତ ଗୋପାଳ l କାହାଠାରୁ ରହିଛି  ଜୀବନ  ପ୍ରତି ବିପଦ??? କଣ  ଥିଲା  ବୟାନରେ ଯାହାକୁ ନେଇ ଟାର୍ଗେଟ ହେବାର ଭୟ  ରହିଛି  ଗୋପାଳଙ୍କୁ???? ଚୌଦାର  ଜେଲରେ ସୁରକ୍ଷିତ ରହିବେ ତ  ହାଇପ୍ରୋଫାଇଲ ହତ୍ୟାକାରୀ????

ଭୁବନେଶ୍ୱରରୁ ସ୍ୱରୂପା ଓ ଝାରସୁଗୁଡାରୁ ସନ୍ତୋଷ ମିଶ୍ରଙ୍କ ରିପୋର୍ଟ

Related Articles

Leave a Reply

Your email address will not be published.

Back to top button