କୋର୍ଟଜାତୀୟ

ନୀତିଶଙ୍କୁ ଗାଦିଚ୍ୟୁତ କରିବା ଯାଚିକା ଖାରଜ

ନୂଆଦିଲ୍ଲୀ: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ପଦରୁ ହଟେଇବାକୁ ନିର୍ଦ୍ଦେଶ ଦେବାକୁ ଦାୟର ଏକ ଯାଚିକାକୁ ଖାରଜ କରିଦେଇଛନ୍ତି ଦେଶର ସର୍ବୋଚ୍ଚ ନ୍ୟାୟାଳୟ। ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ମୁଖ୍ୟମନ୍ତ୍ରୀ ପଦରେ ନିଯୁକ୍ତି ସମ୍ବିଧାନର ଉଲ୍ଲଙ୍ଘନ। କିନ୍ତୁ ଏହି ଯାଚିକାକୁ ଜଷ୍ଟିସ ଏମଆର ଶାହ ଓ ଜଷ୍ଟିସ ଏମଏମ ସୁନ୍ଦରେଶଙ୍କ ବେଞ୍ଚ ଖାରଜ କରିଦେଇଛନ୍ତି। ଖଣ୍ଡପୀଠ କହିଛନ୍ତି କି, ନିର୍ବାଚନ ପରେ ମେଣ୍ଟରେ ପରିବର୍ତ୍ତନ ଆଇନ ଓ ସମ୍ବିଧାନର ୧୦ମ ଅନୁସୂଚୀ ଅନ୍ତର୍ଗତ ଅନୁମତି ଦେଉଛି।

ଚନ୍ଦନ କୁମାର ନାମକ ଯାଚିକାକର୍ତ୍ତା କହିଥିଲେ କି, ନୀତିଶ କୁମାର ନିର୍ବାଚନ ପୂର୍ବରୁ ବିଜେପି ସହ ମେଣ୍ଟ କରିଥିଲା ଓପରେ ଆରଜେଡି ସହ ମେଣ୍ଟ କରି ସରକାର ଗଢିଛି। ଏହା ମତଦାତାଙ୍କ ସହ ବିଶ୍ବାସଘାତକତା। ମତଦାତାଙ୍କ ସହ ବିଶ୍ବାସଘାତକତାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ପଦରୁ ହଟାଇବାକୁ ନିର୍ଦ୍ଦେଶ ଦିଆଯାଉ। ଏହି ସମୟରେ ସେ ଦାବି କରିଛନ୍ତି କି, କୋର୍ଟ ସଂସଦର ଦଳବଦଳ ଆଇନ ଓ ୧୦ତମ ଅନୁସୂଚିରେ ସଂଶୋଧନ କରି ନୂଆ ଆଇନ ଆଣିବାକୁ ନିର୍ଦ୍ଦେଶ ଦିଅନ୍ତୁ।

Related Articles

Leave a Reply

Your email address will not be published.

Back to top button