ଓଡ଼ିଶା

ଆଜି ରାତି ସବୁଠୁ ଗୁରୁତ୍ୱପୂର୍ଣ୍ଣ : ସର୍ବୋଚ୍ଚ ଯନ୍ତ୍ରୀ

ଭୁବନେଶ୍ୱର : ମହାନଦୀରେ ବଡ଼ ଧରଣର ନୁହେଁ ମଧ୍ୟମ ଧରଣର ବନ୍ୟା ହେବ । ବନ୍ୟାସ୍ଥିତି ନେଇ ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତରଞ୍ଜନ ମହାନ୍ତି ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ମହାନଦୀ ବନ୍ୟାଜଳ ମୁଣ୍ଡଳିରେ ସନ୍ଧ୍ୟା ସୁଦ୍ଧା ପିକ୍ ରେ ପହଞ୍ଚିବ । ମୁଣ୍ଡଳିରେ ୯ ଲକ୍ଷରୁ ସାଢ଼େ ୯ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବ । ଆଜି ରାତି ଆମ ପାଇଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ । ସ୍ଥିତି ଉପରେ ନଜର ରହିଛି । ଜିଲ୍ଲାପାଳମାନେ ସତର୍କ ଅଛନ୍ତି । ଜଳସମ୍ପଦ ବିଭାଗ ଅଧିକାରୀମାନେ ମଧ୍ୟ ସଜାଗ ରହିଛନ୍ତି । ମୁଣ୍ଡଳିଠାରେ ବିପଦ ସଙ୍କେତ ସ୍ତର ୯୭.୨୫ ମିଟର ରହିଛି । ବର୍ତ୍ତମାନ ୯୩.୧୦ ଘନମିଟରରେ ପହଞ୍ଚିଛି ବନ୍ୟାଜଳ ।

Leave a Reply

Your email address will not be published.

Back to top button