ଦୁର୍ନୀତି ଓ କାଣ୍ଡଯାଜପୁର

୮ବର୍ଷ ପରେ ମିଳୁନି ହରିଶ୍ଚନ୍ଦ୍ର ଯୋଜନା ସହାୟତା ରାଶି

ଧର୍ମଶାଳା :  ସରକାର ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସବୁ ଯୋଜନା କରିଛନ୍ତି । ହେଲେ ବାସ୍ତବରେ ତାହା ସଫଳ ରୂପାୟନ ହୋଇପାରୁ ନ ଥିବା ଅଭିଯୋଗ ହୋଇଛି । ପଞ୍ଚାୟତ ସ୍ତରୀୟ ଲୋକପ୍ରତିନିଧଙ୍କ ଆନ୍ତରିକ ଅଭାବରୁ ବହୁ ଯୋଗ୍ୟ ହିତାଧିକାରୀ ସରକାରୀ ସହାୟତା ପାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି । ମୃତ୍ୟୁର ୮ବର୍ଷ ପରେ ହରିଶ୍ଚନ୍ଦ୍ର ଯୋଜନାରେ ସହାୟତା ରାଶି ମିଳୁ ନଥିବାରୁ ମୃତକ ପରିବାର ଏହି ସହାୟତା ପାଇବାକୁ ଚାହିଁ ବସିଛନ୍ତି । ଏଭଳି ଅଭିଯୋଗ ହୋଇଛି ଯାଜପୁର ଜିଲ୍ଲା ସୁଲପୁର ବ୍ଲକ ବନ୍ଧଡିହ ପଞ୍ଚାୟତସ୍ଥ କିଆଁବାରିଆସାହି ଗ୍ରାମରେ । ଏହି ଗ୍ରାମର ୧୦ ମାସ ପୂର୍ବେ ରାହାସ ମଲ୍ଲିକଙ୍କ ପତ୍ନୀ ଜୀରାଙ୍କର ୭୨ ବର୍ଷ ବୟସରେ ଓ ଗଗନ ମଲ୍ଲିକଙ୍କ ପତ୍ନୀ ଖୁଲଣାଙ୍କର ମୃତ୍ୟୁ ଘଟିଥିଲା । ହେଲେ ଏହି ୨ ପରିବାରଙ୍କୁ ଆଜି ପର୍ଯ୍ୟନ୍ତ୍ୟ ହରିଶ୍ଚନ୍ଦ୍ର ଯୋଜନାରେ ସହାୟତା ପାଇ ପାରି ନାହାନ୍ତି । ଏହି ୨ ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ସେମାନେ ବାରମ୍ବାର ବନ୍ଧଡିହ ସରପଞ୍ଚ ବିକ୍ରମ ବେହେରାଙ୍କ ନିକଟକୁ ଦୌଡିଦୌଡି ନୟାନ୍ତ ହୋଇପଡିଲେ ମଧ୍ୟ ଏହି ଯୋଜନାରେ ସହାୟତା ରାଶି ମିଳି ନାହିଁ । ଅନ୍ୟପକ୍ଷେ ଏହି ପଞ୍ଚାୟତରେ ୨୦୧୫ ମସିହାଠାରୁ ଆଜି ପର୍ଯ୍ୟନ୍ତ ବହୁ ଲୋକେ ପରଲୋକ ଘଟିଥିବା ବେଳେ ୮ବର୍ଷ ମଧ୍ୟରେ ମାତ୍ର ୨ଜଣ ପରିବାରଙ୍କୁ ଏହି ସହାୟତା ରାଶି ମିଳିଥିବା ସୂଚନା ଅଧିକାର ଆଧାରରେ ଏହି ତଥ୍ୟରୁ ଜଣାପଡିଛି । ଯାହାକୁ ନେଇ ଏଭଳି ଘଟଣାକୁ ନେଇ ଲୋକପ୍ରତିନିଧିଙ୍କ ଦାୟିତ୍ୱହୀନତା ଓ ଆନ୍ତରିକ ଅଭାବରୁ ଗରିବ ଲୋକେ ଏହି ଯୋଜନାରୁ ବଞ୍ଚିତ ହେଉଛନ୍ତି । ତୁରନ୍ତ ବ୍ଲକ ଓ ଜିଲା ପ୍ରଶାସନ ଦୃଷ୍ଟି ଦେବାକୁ ପଞ୍ଚାୟତର ବହୁ ମୃତକ ପରିବାର ଲୋକେ ଦାବି କରିଛନ୍ତି ।

Related Articles

Leave a Reply

Your email address will not be published.

Back to top button