ଓଡ଼ିଶାପାଣିପାଗ ଓ ପରିବେଶ

ହୀରାକୁଦ ଡ୍ୟାମର ୮ଟି ଗେଟ ବନ୍ଦ

ରାଜ୍ୟରେ ଦୁଇ ଦିନ ଲଗାଣ ବର୍ଷା ଯୋଗୁଁ ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ଉପୁଜୁଛି। ବନ୍ୟା ନିୟନ୍ତ୍ରଣ ପାଇଁ  ହୀରାକୁଦରେ ୮ଟି ଗେଟକୁ ବନ୍ଦ କରାଯାଇଛି। ଲଗାଣ ବର୍ଷା ଫଳରେ ମହାନଦୀରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ସେପଟେ ହୀରାକୁଦର ଜଳ ଧାରଣ କ୍ଷମତା ୬୩୦ ଫୁଟ ଥିବାବେଳେ ବର୍ତ୍ତମାନ ଏହା ୬୨୫ ରହିଛି।  ଫଳରେ ହୀରାକୁଦ କୁ ବନ୍ୟା ଜଳ ପ୍ରବେଶ ବଢିଛି। ଡ୍ୟାମକୁ ପ୍ରବେଶ କରୁଛି ୭ ଲକ୍ଷ ୮୫ ହଜାର ୨୯୨ କ୍ୟୁସେକ ଜଳ। ଡ୍ୟାମରୁ ନିଶଷ୍କାସିତ ହେଉଛି ୪ଲକ୍ଷ ୩୪ହଜାର ୮କ୍ୟୁସେକ ଜଳ। ବର୍ତ୍ତମାନ ୨୬ଟି ଗେଟ ଦେଇ ଜଳ ନିଷ୍କାସନ କରାଯାଉଛି। ସେପଟେ ଜଳ ନିଷ୍କାସନ ଯୋଗୁ ରାଜ୍ୟର ବିଭିନ୍ନ ଗାଁ ଜଳବନ୍ଦୀ ହୋଇଛି। ଅନେକ ତଳିଆ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି।

Leave a Reply

Your email address will not be published.

Back to top button