ଜାତୀୟ

ନେପାଳରୁ ବାଙ୍ଗଲାଦେଶ ବିଦ୍ୟୁତ ରପ୍ତାନୀ ନେଇ ଭାରତ ସହିତ ବୁଝାମଣା ମହତ୍ଵପୂର୍ଣ୍ଣ – ପ୍ରଚଣ୍ଡ

ନୂଆଦିଲ୍ଲୀ : ନେପାଳର ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ପ୍ରଚଣ୍ଡ କହିଛନ୍ତି ଯେ, ନେପାଳରୁ ବାଙ୍ଗଲାଦେଶକୁ ବିଜୁଳି ରପ୍ତାନୀ କରିବା ନେଇ ଭାରତ ସହିତ ଏକ ମହତ୍ଵପୂର୍ଣ୍ଣ ବୁଝାମଣା ହୋଇଛି । ଏହି କଥା ସେ ଶୁକ୍ରବାର ସକାଳେ ଦିଲ୍ଲୀ ସ୍ଥିତ ହୋଟେଲ ମୌର୍ଯ୍ୟରେ ନେପାଳୀ ପତ୍ରକାରମାନଙ୍କୁ କହିଛନ୍ତି ।

ସେ କହିଛନ୍ତି ଯେ, ଭାରତର ଏହି ଯାତ୍ରାରେ ଜଳ ବିଦ୍ୟୁତ କ୍ଷେତ୍ରରେ ନିବେଶ ପାଇଁ ମହତ୍ଵପୂର୍ଣ୍ଣ ଦିଗ ପ୍ରସ୍ତୁତ କରାଯାଇଛି । ଏ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ତିନି ଥର ଆଲୋଚନା ହୋଇଛି । ବିଦ୍ୟୁତ ବ୍ୟବସାୟକୁ ନେଇ ଏହି ଯାତ୍ରା ସଫଳ ଓ ମହତ୍ଵପୂର୍ଣ୍ଣ ଅଟେ ।

ସେ କହିଛନ୍ତି ଯେ, ୨୭ ବର୍ଷ ପୂର୍ବରୁ ମହାକାଳୀ ସନ୍ଧି ଅନ୍ତର୍ଗତ ପଂଚେଶ୍ଵର ବହୁଉଦ୍ଦେଶୀୟ ପ୍ରକଳ୍ପର ନିର୍ମାଣ ପାଇଁ ତିନି ମାସ ଭିତରେ ପ୍ରକଳ୍ପର ବିସ୍ତୃତ ରିପୋର୍ଟ (ଡିପିଆର) ପ୍ରସ୍ତୁତ କରିବା ନେଇ ସହମତି ହୋଇଥିଲା । ଏହି ଡିପିଆର ଅଦ୍ୟାବଧି ପ୍ରସ୍ତୁତ ହୋଇପାରିନାହିଁ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଭାରତ ସୀମା କ୍ଷେତ୍ରରେ ରହିଥିବା ସମସ୍ୟା ଗୁଡିକର ସମାଧାନ ପାଇଁ ନିଜର ପ୍ରତିବଦ୍ଧତା ଦୋହରାଇଛି । ସେ ଜୁନ୍ ୩ ରେ ସ୍ଵଦେଶ ଫେରିବେ ବୋଲି ଜଣାପଡିଛି ।

Related Articles

Leave a Reply

Your email address will not be published.

Back to top button