ଜାତୀୟ

ନାମ୍ବିୟା ଚିତା ସିୟାୟାର ୪ ଶାବକ ପ୍ରସବ

 କୁନୋ: କୁନୋ ନାସନାଲ ପାର୍କରେ ବୃଦ୍ଧିପାଇଛି ଚିତା ବଂଶ। ମାଈ ଚିତା ସିୟାୟା ଔରଷରୁ ୪ ଶାବକଙ୍କୁ ଜନ୍ମ ଦେଇଛି। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସମସ୍ତ ଚାରି ଚିତା ଶାବକ ସୁସ୍ଥ ଥିବା ପାର୍କ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଥିବା ବେଳେ ମା ଓ ଶିଶୁ ବିଶେଷଜ୍ଞଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ରହିଛନ୍ତି।

ବିଜେପି ନେତା ଭୁପେନ୍ଦ୍ର ଯାଦବ ଏହି ଚିତା ଶାବକଙ୍କ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ସେ ଉଲ୍ଲେଖ କରିଛନ୍ତି କି, ବନ୍ୟଜୀବନ ସଂରକ୍ଷଣ ଦୃଷ୍ଟିରୁ ଭାରତ ପାଇଁ ଐତିହାସିକ ଦିନ। ମୋତେ ଅତ୍ୟନ୍ତ ଖୁସି କି, ମାଈ ଚିତା ୪ ଶାବକଙ୍କୁ ଜନ୍ମ ନେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ୪ ଚିତା ଶାବକଙ୍କ ଜନ୍ମ ପାଇଁ ଖୁସି ବ୍ୟକ୍ତ କରି ଯାଦବଙ୍କ ଟ୍ବିଟକୁ ରିଟୁଇଟ କରିଛନ୍ତି।

ସୂଚନା ଯୋଗ୍ୟ, ୧୭ ସେପ୍ଟେମ୍ବର ୨୦୨୨କୁ ନାମ୍ବିୟାରୁ ଏହି ଚିତା ପ୍ରଥମ ପର୍ଯ୍ୟାୟରେ ଭାରତକୁ ଅଣାଯାଇଥିଲା। ସେମାନଙ୍କ ମଧ୍ୟରୁ ସୋମବାର ଦିନ ୫ ବର୍ଷର ମାଈ ଚିତା ସାଶାର ମୃତ୍ୟୁ ହୋଇଥିଲା। ଯାହାକୁ ନେଇ ଅଧିକାରୀଙ୍କୁ ବହୁ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡିଥିବା ବେଳେ ଏହି ୪ ଶାବକଙ୍କୁ ପାଇ ଖୁସିର ମାହୋଲ ଦେଖିବାକୁ ମିଳିଛି। ବର୍ତ୍ତମାନ କୁନୋରେ ମୋଟ ଚିତା ସଂଖ୍ୟା ୨୩ ହୋଇଛି।

Related Articles

Leave a Reply

Your email address will not be published.

Back to top button