ବିଶ୍ୱ

ଅପହୃତ ୪ ମୂଳ ଭାରତୀୟଙ୍କ ମୃତଦେହ ଉଦ୍ଧାର

କାଲିଫର୍ନିଆ: କାଲିଫର୍ନିଆରୁ ଅପହୃତ ୪ ଭାରତୀୟ ବଂଶୋଦ୍ଭବଙ୍କ ମୃତଦେହ ଏକ ଗ୍ରାମାଞ୍ଚଳରୁ ଉଦ୍ଧାର ହୋଇଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏହି ୪ ଜଣଙ୍କୁ ସୋମବାର ଦିନ କାଲିଫର୍ନିଆର ମର୍ସେଡରୁ  ଅପହରଣ କରାଯାଇଥିଲେ। ଅପହୃତଙ୍କ ମଧ୍ୟରେ ସ୍ବାମୀ, ସ୍ତ୍ରୀ ସେମାନଙ୍କ ୮ ବର୍ଷ ଶିଶୁ ସହ ସେମାନଙ୍କ ଦାଦା ଥିଲେ।

ପ୍ରଶାସନିକ ସୂଚନା ଅନୁଯାୟୀ, ପ୍ରଶାସନ ପକ୍ଷରୁ ଯେଉଁ ଆଶଙ୍କା ରହିଥିଲା ତାହା ବୁଧବାର ରାତିରେ ସତ୍ୟ ହୋଇଛି। ଅପହୃତ ସମସ୍ତ ୪ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ବୁଧବାର ଏନେଇ ମର୍ସେଡ ଅଧିକାରୀ ସେରିଫ ଭର୍ନ ୱାଙ୍କେ ଭିଡିଓ ବାର୍ତ୍ତାରେ ସୂଚନା ଦେଇଛନ୍ତି।

ସୋମବାର ଦିନ ଏହି ୪ ଜଣଙ୍କୁ ଅପହରଣକାରୀମାନେ ବନ୍ଧୁକ ମୁନରେ ଅପହରଣ କରି ନେଇଥିଲେ। ତେବେ ଅପହରଣ ପରେ କୌଣସି ଅର୍ଥ ମଗାଯାଇ ନ ଥିଲା। କାହିଁକି ସେମାନଙ୍କୁ ଅପହରଣ କରାଯାଇଥିଲା ତାହା ଜଣାପଡି ନ ଥିବା ବେଳେ ପରବର୍ତ୍ତୀ ସମୟରେ ଜଣେ ଅପହରଣକାରୀ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହେବା ପରେ ତାକୁ ଗିରଫ କରି ହସ୍ପିଟାଲରେ ଭର୍ତ୍ତି କରିଥିଲା ପୁଲିସ।

Related Articles

Leave a Reply

Your email address will not be published.

Back to top button