ବିଶ୍ୱ

ଅଗଷ୍ଟ ୧୪ ଯାଏ ଚାଲିବ ସୁପର ଗରୁଡ ସିଲ୍ଡ ସମରାଭ୍ୟାସ

ନୂଆଦିଲ୍ଲୀ: ଚୀନ ସହ ବଢୁଥିବା ବିବାଦ ଭିତରେ ଆମେରିକା ଏବଂ ଅନ୍ୟାନ୍ୟ ଦେଶ ଏକାଠି ହୋଇ ଆରମ୍ଭ କରିଛନ୍ତି ସମରାଭ୍ୟାସ । ବୁଧବାର ଆରମ୍ଭ ହୋଇଥିବା ଏହି ସମରାଭ୍ୟାସ ଅଗଷ୍ଟ ୧୪ ଯାଏଁ ଚାଲିବ। ଏହି ସମରାଭ୍ୟାସରେ ଆମେରିକା, ଇଣ୍ଡୋନେସିଆ, ଅଷ୍ଟ୍ରେଲିଆ, ଜାପାନ୍ ଏବଂ ସିଙ୍ଗାପୁର ସମେତ ମୋଟ ୧୪ ଟି ଦେଶ ସାମିଲ ହୋଇଛନ୍ତି। ୫ ହଜାରରରୁ ଅଧିକ ସୈନିକ ଏଥିରେ ଅଂଶଗ୍ରହଣ କରିଥିବା ସୂଚନା ରହିଛି। ଆମେରିକା ଏବଂ ଇଣ୍ଡୋନେସିଆ ସୁମାତ୍ରା ଦୀପରେ ଏପରି ସମରାଭ୍ୟାସ କରି ପାରସ୍ପରିକ ସମ୍ପର୍କକୁ ଆହୁରି ମଜବୁତ କରିବାକୁ ଯୋଜାନ କରିଛନ୍ତି। ଭାରତ ପ୍ରଶାନ୍ତ ମହାସାଗରରେ ଚୀନ ବୃଦ୍ଧି ପାଉଥିବା ସାମରିକ କାର୍ଯ୍ୟକଳାପ ବିରୋଧରେ ଏହା ଏକ ବଡ ପଦକ୍ଷେପ ବୋଲି କୁହାଯାଉଛି। ତାଇୱାନର ଚାରିପାଖରେ ସମୁଦ୍ର ଏବଂ ଆକାଶରେ ଚୀନ ସାମରିକ ଅଭ୍ୟାସ କରିବାକୁ ଘୋଷଣା କରିଛି। ସେପଟେ ଚୀନ ମଧ୍ୟ ହୋଇଉଠିଛି ଆକ୍ରାମକ। ନିଜର କ୍ଷେପଣାସ୍ତ୍ର ଯୁଦ୍ଧ ବିମାନ ପଠାଇଛି। ଏହାକୁ ଦୃଷ୍ଟିରେ ରଖି ଆମେରିକା ଫିଲିପାଇନସରେ ନିଜର ଶକ୍ତିଶାଳୀ ଜାହଜ ୟୁଏସଏସ ରୋନାଲଡ ରେଗାନକୁ ମଧ୍ୟ ନିୟୋଜିତ କରିଛି। ଜାକର୍ତ୍ତାରେ ହେଉଥିବା ସମରାଭ୍ୟାସ ୨୦୦୯ ରୁ ପ୍ରଥମେ ଆରମ୍ଭ ହୋଇଥିଲା । ଏହାକୁ ଇଂରାଜୀରେ ଗରୁଡସିଲଡ୍ ବୋଲି କୁହାଯାଏ। ୨୦୦୯ ରେ ଏହା ଆରମ୍ଭ ହୋଇଥିବା ବେଳେ  ସେତେବେଳେ ୨୩ ଟି ଦେଶ ସାମିଲ ଥିଲେ । ଚଳିତ ଥର ହେଉଥିବା ଏହି ସମରାଭ୍ୟାସକୁ ସୁପର ଗରୁଡ ସିଲଡ୍ ବୋଲି କୁହାଯାଉଛି ।

ସ୍ମରଜିତ ଆର୍ଯ୍ୟଙ୍କ ରିପୋର୍ଟ

Related Articles

Leave a Reply

Your email address will not be published.

Back to top button