Bhadrak

୮ ବର୍ଷ ହେଲା ରାସ୍ତା ନିର୍ମାଣ ପାଇଁ ଦୌଡୁଛନ୍ତି ପୁରିପଡା ହରିଜନସାହି ଲୋକେ

ଭଦ୍ରକ :  ଏହି ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ନେରଡା ପଞ୍ଚ।ୟତ ପୁରିପଡା ହରିଜନସାହିର ଦଳିତ ଲୋକେ ମାତ୍ର ୪ଶହ ମିଟର କେନାଲ ରାସ୍ତା ନିର୍ମାଣ ପାଇଁ ୮ ବର୍ଷ ହେଲା ବର ଦୁଆର ଶୁଣ୍ଢିପିଣ୍ଢା ହେଉଥିବା ଜଣାଯାଇଛି । ଏପରିକି ଜିଲ୍ଲାପାଳଙ୍କ ଜନଶୁଣାଣୀ ଶିବିରରେ ବାରମ୍ବାର ଗୁହାରି କରି ନିରାଶ ହେଉଥିବା ଗ୍ରାମବାସୀମାନେ ପ୍ରକାଶ କରିଛନ୍ତି । ଜିଲ୍ଲାପାଳ ଗ୍ରାମବାସୀଙ୍କ ଦରଖାସ୍ତକୁ ବିଭାଗୀୟ ଯନ୍ତ୍ରୀଙ୍କ ନିକଟକୁ ଫରୱାର୍ଡ କରିଦେଇ ଖୋଜଖବର ନେଉନଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ଗ୍ରାମବାସୀମାନେ କ୍ଷୋଭ ପ୍ରକାଶ କରିଛନ୍ତି । ସଂପୃକ୍ତ ପଞ୍ଚାୟତ ଖବର ବୁଝାବୁଝି କରୁଥିବା କୁଜି ନେତାମାନେ ମଧ୍ୟ ଜିଲ୍ଲାପାଳଙ୍କୁ ଗୁହାରୀ କରିବା ଘଟଣାକୁ ନାପସନ୍ଦ କରି ରାସ୍ତା ନିର୍ମାଣରେ ବାଧା ସୃଷ୍ଟି କରୁଥିବା କହିଛନ୍ତି ବାସିନ୍ଦାମାନେ । ମାତ୍ର ୪ଶହ ମିଟର କେନାଲ କଚା ରାସ୍ତା ନିର୍ମାଣ ପାଇଁ ପ୍ରଶାସନ ଓ ନେତାମାନେ ପଛଘୁଞ୍ଚା ଦେବା ପରିତାପର ବିଷୟ ପାଲଟିଛି । ନିର୍ବାଚନ ସମୟରେ ନିର୍ମାଣ ପ୍ରତିଶ୍ରୁତି ଦେଇ ପରେ ସାମନ୍ତବାଦୀ ଆଭିମୁଖ୍ୟ ପୋଷଣ କରୁଥିବା ଜନପ୍ରତିନିଧି ଓ ପ୍ରଶାସନ ଉପରୁ କ୍ରମଶଃ ଭରସା ତୁଟାଉଛନ୍ତି ଲୋକେ । 

Related Articles

Leave a Reply

Your email address will not be published.

Back to top button