ବିଶ୍ୱ

ଉତ୍ପତିସ୍ଥଳରେ ଆକ୍ରାମକ ହେଲାଣି  କୋଭିଡ

() କରୋନାର ଉତ୍ପତିସ୍ଥଳ ପୁଣି ମହାମାରୀକୁ ନେଇ ସନ୍ତୁଳି ହେଉଛି। ବିଶ୍ୱର ଅନ୍ୟ ଦେଶ ତୁଳନାରେ ଚୀନରେ ଅଧିକ ଆତଙ୍କରାଜ ଚଳାଇଛି କରୋନା ଭାଇରସ ।  ଚୀନରେ କରୋନା ସଂକ୍ରମଣ ଥମିବାର ନାଁ ନେଉନି  । ପ୍ରତ୍ୟେକ ଦିନ ଅନେକ ଲୋକ ସଂକ୍ରମିତ ହେଉଛନ୍ତି । ଅନ୍ୟପଟେ ଚୀନରେ ସଂକ୍ରମଣ ବୃଦ୍ଧି କାରଣରୁ ଜାପାନ, ଆମେରିକା, ଭାରତ ଆଦି ଦେଶରେ ମଧ୍ୟ ଆଉ ଏକ ଲହର ଆସିବାର ସମ୍ଭାବନା ଦେଖାଦେଲାଣି । ଯାହାକୁ ନେଇ ଚିନ୍ତାରେ ସାରା ବିଶ୍ୱ । ଚାଇନିଜ ସେଣ୍ଟର ଫର୍  ଡିଜିଜ କଣ୍ଟ୍ରୋଲ ଆଣ୍ଡ୍  ପ୍ରିବେନ୍ସନର କହିବାନୁଯାୟୀ, ୧୩ରୁ ୧୯ ଜାନୁଆରୀ ମଧ୍ୟରେ ୧୨ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି ।

ଏହି ସଂଖ୍ୟା କେବଳ ହସ୍ପିଟାଲରେ ମୃତ୍ୟୁବରଣ କରିଥିବା ସଂକ୍ରମିତଙ୍କ ସଂଖ୍ୟା ଅଟେ । ଘରେ ଥିବା କୋରନା ରୋଗୀଙ୍କ ମୃତ୍ୟୁ ସଂଖ୍ୟା ଏହି ସଂଖ୍ୟା ମଧ୍ୟରେ ନାହିଁ । ଚୀନରେ ୮ଡିସେମ୍ୱର ରୁ ୧୨ ଜାନୁଆରୀ ମଧ୍ୟରେ ପାଖାପାଖି ୬୦ହଜାର ଲୋକଙ୍କ ଜୀବନ ଯାଇଛି । ଚୀନରେ ପାଖାପାଖି ୮୦ ପ୍ରତିଶତ ଲୋକେ କରୋନାର କବଳରେ କବଳିତ ହୋଇସାରିଲେଣି ।

ଚୀନର ସରକାରୀ ତଥ୍ୟକୁ ଅନୁଧ୍ୟାନ କରି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ଅନ୍ୟ ଦେଶ ଗୁଡିକ ପ୍ରଶ୍ନ ଉଠାଇଛନ୍ତି  । ଚୀନର ସିଡିସିଙ୍କ କହିବାନୁଯାୟୀ ହସ୍ପିଟାଲରେ ଭର୍ତ୍ତି ୬୮୧ ରୋଗୀଙ୍କ ମୃତ୍ୟୁ କରୋନା ଭାଇରସ କାରଣରୁ ହୋଇଛି । ନିଃଶ୍ୱାସ ନ ନେଇ ପାରିବାରୁ ଓ ଅନ୍ୟ ଲକ୍ଷଣ କାରଣରୁ ପାଖାପାଖି ୧୨ ହଜାର ଲୋକଙ୍କ ମୃତ୍ୟୁ ହୋଇଛି । ଏହି ତଥ୍ୟରେ ଘରେ ଥିବା ରୋଗୀଙ୍କ ମୃତ୍ୟୁର  ସଂଖ୍ୟା ସାମିଲ ନାହିଁ ।

ବିଶେଷଜ୍ଞଙ୍କ ସୂଚନା ଅନୁଯାୟୀ, ଲୁନାର ନ୍ୟୁ ଇୟର ଛୁଟି ସମୟରେ ଚୀନରେ ପ୍ରତିଦିନ ୩୬ ହଜାର କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇପାରେ । ବିଶେଷଜ୍ଞମାନେ ଆଉ ମଧ୍ୟ କହିଛନ୍ତି ଯେ, ଚୀନରେ ଜାରି ରହିଥିବା କୋଭିଡ ପଲିସି ହଟିଥିବାରୁ ଏହି ସଂଖ୍ୟାରେ ବୃଦ୍ଧି ପାଇଛି । ଯେଉଁଥିପାଇଁ ସଂକ୍ରମଣ ଅଧିକ ମାତ୍ରାରେ ବୃଦ୍ଧି ପାଇଛି ।

Related Articles

Leave a Reply

Your email address will not be published.

Back to top button