ଓଡ଼ିଶା

ରାଜ୍ୟରେ ପାୱାର କଟ୍ ହେଉନି ବୋଲି ଦୋହରାଇଲେ ଶକ୍ତି ମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟରେ ବିଭିନ୍ନ ସ୍ଥାନରେ ଅନେକ ସମୟ ଧରି ଲାଇନ କାଟ ହେଉଥିବା ସମ୍ପର୍କିତ ଅଭିଯୋଗକୁ ଅସ୍ୱୀକାର କରିଛନ୍ତି ରାଜ୍ୟର ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ । ରାଜ୍ୟରେ ପାୱାର କଟ୍ ହେଉନି ବୋଲି ସେ ଦୋହରାଇଛନ୍ତି ।

ସେ କହିଛନ୍ତି ଯେ ପାୱାର କଟ ଶବ୍ଦ ଓଡ଼ିଶାର ଗଣ ମାଧମ ବ୍ୟବହାର କରିବା ହିଁ ଭୁଲ । ପାୱାର କଟ ଅର୍ଥାତ ଆମ ପାଖରେ କମ ବିଜୁଳି ଅଛି ତାକୁ ଆମେ କାଟିକି କମ ସମୟ ଦେଉଛୁ । ବର୍ତ୍ତମାନ ଯେଉଁ କିଛି ସ୍ଥାନରେ ୨ କି ୪ ଘଣ୍ଟା ପାଇଁ ଲାଇନ ରହୁନି ସେଇଟା ଯାନ୍ତିକ ତ୍ରୁଟି ପାଇଁ ହେଉଛି । କାଳ ବୈଶାଖୀ, ଓଭର ଲୋଡିଂ, ଟ୍ରାନ୍ସଫରମର ପୋଡ଼ିଯିବା କାରଣ ରୁ ହେଉଛି । କେଉଁଠି ଯାଇଥିବ ମୁଁ ମନା କରୁନି କିନ୍ତୁ ତାହା ଯାନ୍ତ୍ରିକ ତ୍ରୁଟି ପାୱାର କଟ ନୁହେଁ ।

Leave a Reply

Your email address will not be published.

Back to top button