ଓଡ଼ିଶାଧର୍ମ

ଶ୍ରୀମନ୍ଦିରରେ ପୂଜା ପାଇଲେ ପଟ୍ଟି ଦିଅଁ

ପୁରୀ : ଶ୍ରୀମନ୍ଦିର ଅଣସର ପିଣ୍ଡିରେ ଆଜି ଠାରୁ ପଟ୍ଟି ଦିଅଁ ପୂଜା ପାଉଛନ୍ତି । ଗତକାଲି ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ଅଭିମନ୍ତ୍ରିତ ଅଧିବାସ ଜଳରେ ସ୍ନାନ ପରେ ଶ୍ରୀଜୀଉମାନେ ଜ୍ଵରରେ ପୀଡ଼ିତ ହୋଇ ଅଣସର ପିଣ୍ଡିରେ ଅବସ୍ଥାନ କରିଛନ୍ତି । ଗତକାଲି ବିଳମ୍ବିତ ରାତିରେ ଅଣସର ପିଣ୍ଡିକୁ ବିଜେ କରିଛନ୍ତି ଚତୁର୍ଦ୍ଧାମୂର୍ତି । ଅଣସର ପିଣ୍ଡିରେ ଦଇତାପତି ସେବକ ମାନେ ଶ୍ରୀଜୀଉଙ୍କ ଏହି ଗୁପ୍ତ ସେବା ଜାରୀ ରଖିଛନ୍ତି । ଜ୍ଵରରୁ ଉପଶମ ପାଇଁ ଶ୍ରୀଜୀଉମାନଙ୍କ ଗୁପ୍ତ ସେବା ଜାରୀ ରହିଛି । ଅଣସର ସମୟରେ ଶ୍ରୀଜୀଉମାନେ ଶ୍ଵେତ ବସ୍ତ୍ର ପରିଧାନ କରିବାର ବିଧି ରହିଛି । ଏହି ୧୫ ଦିନ ତୁଳସୀ ଲାଗି ହେବା ପରିବର୍ତେ ମହାପ୍ରଭୁଙ୍କୁ କେବଳ ଧଳାଫୁଲ ଲାଗି ହୋଇଥାଏ । ପଣା ଏବଂ ଚକଟା ଭୋଗ ଲାଗି ହୋଇଥାଏ।

ଏହି ସମୟରେ ଶ୍ରୀମନ୍ଦିରରେ ପଟ୍ଟି ଦିଅଁ ପୂଜା ପାଇବାର ପରମ୍ପରା ରହିଛି । ଶ୍ରୀଜଗନ୍ନାଥଙ୍କ ସ୍ଥାନରେ ଅନନ୍ତ ନାରାୟଣ, ଶ୍ରୀ ବଳଭଦ୍ରଙ୍କ ସ୍ଥାନରେ ଅନନ୍ତ ବାସୁଦେବ ଓ ଦେବୀ ସୁଭଦ୍ରାଙ୍କ ସ୍ଥାନରେ ମା ଭୁବନେଶ୍ଵରୀ ପଟ୍ଟି ଦିଅଁ ସ୍ଥାପନା ହେବା ସହ ପୂଜିତ ହେଉଛନ୍ତି । ନୀତି ଓ ପରମ୍ପରା ଅନୁଯାୟୀ ପଟ୍ଟି ଦିଅଁଙ୍କ ପୂଜାର୍ଚ୍ଚନା ଚାଲିଛି ।

ଜୟ ବିଜୟ ଦ୍ଵାର ନିକଟରେ ଖଟ ଉପରେ ମଦନମୋହନ ରାମକୃଷ୍ଣ, ଶ୍ରୀଦେବୀ ଭୂଦେବୀ, ମାଧବ ଓ ଶ୍ରୀ ନୃସିଂହ ପଟ୍ଟିଦିଅଁଙ୍କ ସହ ପୂଜା ପାଉଛନ୍ତି । ଯାହାକି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମାନବୀୟ ଲୀଳାଖେଳାର ଅନ୍ୟ ଏକ ନିଦର୍ଶନ । ଅନ୍ୟପକ୍ଷରେ ଏହି ସମୟରେ ଶ୍ରୀଜୀଉଙ୍କ ଦର୍ଶନ ବନ୍ଦ ରହିଛି ।

Leave a Reply

Your email address will not be published.

Back to top button