Jharsugudaଓଡ଼ିଶାରାଜନୀତି

ନାମାଙ୍କନ ପତ୍ର ଦାଖଲ କଲେ ଦିପାଳୀ

BJD NOMINATION…PKG

() ଦଳ ବଳ ସହ ପାଟ ପଟୁଆରରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ଝାରସୁଗୁଡା ପ୍ରାର୍ଥୀ ଦିପାଳୀ ଦାସ । ଆଜି ସକାଳେ ମନ୍ଦିର ଦର୍ଶନ ସହ ଦଳର ବହୁ ହେଭିୱେଟଙ୍କ ସହ ରାଲିରେ ଜିଲ୍ଲାପାଳଙ୍କ ଅଫିସରେ ପହଞ୍ଚିଥିଲେ ଦିପାଳୀ। ତେବେ ଝାରସୁଗୁଡାବାସୀ ତାଙ୍କୁ ପୁଣିଥରେ ଭରସା କରିବେ ବୋଲି ଦିପାଳୀ ଆଶାବାଦୀ ଅଛନ୍ତି। ଏପଟେ ସୋମବାର ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ନିଜର ନାମାଙ୍କନ ଭରି ସାରିବା ସହ ପ୍ରଚାର ମଧ୍ୟ ଆରମ୍ଭ କରି ଦେଇଛନ୍ତି । ସେପଟେ ବିଜେଡି ଓ ବିଜେପି ରାଜ୍ୟ ସ୍ୱାର୍ଥ ବିରୋଧି । ତେଣୁ କଂଗ୍ରେସକୁ ଲୋକେ ବାଛିବେ ବୋଲି କହିଛି ଦଳ । 

ଧୁ ଧୁ ଖରା ହଜାର ହଜାର ସମର୍ଥକ ପାଟପଟୁଆରିରେ ନାମାଙ୍କନ ଭରିଲେ ବିଜେଡି ପ୍ରାର୍ଥୀ ହେଲେ ଅନୁପସ୍ଥିତ ରହିଲେ ସୁଶାନ୍ତ  । ଝାରସୁଗୁଡା ଉପନିର୍ବାଚନ ପାଇଁ ୩ ପ୍ରମୁଖ ଦଳର ସରିଲା ନାମାଙ୍କନ ପତ୍ର ଦାଖଲ । ବିଜେଡି ପ୍ରାର୍ଥୀ ଦିପାଳୀ ଦାସ ମନମୋହନ ସ୍କୁଲ ପଡିଆରୁ ଶୋଭାଯାତ୍ରାରେ ବାହାରି ବସଷ୍ଟାଣ୍ଡ ଛକ ଦେଇ ଉପଜିଲ୍ଲାପାଳଙ୍କ ଅଫିସରେ ପହଞ୍ଚି କରିଥିଲେ ପାୱାର ଶୋ । ଦଳର ବହୁ ମନ୍ତ୍ରୀ, ବିଧାୟକ ଓ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ନାମାଙ୍କନ ପତ୍ର ଦାଖଲ କଲେ ଦିପାଳୀ । ସବୁଠାରୁ ବଡ କଥା ହେଲା ପଶ୍ଚିମ ଓଡ଼ିଶାର ଟାଣୁଆ ନେତା ତଥା ଭଟଲି ବିଧାୟକଙ୍କ ଦେଖା ମିଳି ନଥିଲାଯାହାକୁ ନେଇ ନବ ଦାସଙ୍କ ପରିବାର ସୁଶାନ୍ତଙ୍କ ମଧ୍ୟରେ ସମ୍ପର୍କ ଠିକ୍ ନଥିବା ଚର୍ଚ୍ଚା ଜୋର କରିଛି । ଏହାସହ ଝାରସୁଗୁଡାବାସୀ ନବ ଦାସଙ୍କୁ ଯେଉଁପରି ସମର୍ଥନ ଦେଇ ଆସିଛନ୍ତି ଝିଅକୁ ମଧ୍ୟ ସେତିକି ଆଶିର୍ବାଦ ଦେବେ ବୋଲି କହିଛନ୍ତି ଦିପାଳୀ ।

ସେପଟେ ନବ ଦାସଙ୍କ ହତ୍ୟାକାଣ୍ଡର କାରଣ ଏବେ ମଧ୍ୟ ଅସ୍ପଷ୍ଟ । ଯାହାକୁ ନେଇ ଲଗାତାର ଭାବେ ସରକାରକୁ ଘେରିବାରେ ଲାଗିଛି ବିଜେପି । ଏହି ପ୍ରସଙ୍ଗକୁ ଝାରସୁଗୁଡା ନିର୍ବାଚନରେ ମୁଖ୍ୟ ଅସ୍ତ୍ର କରିବା ସହ ଦଳ ଭଲ ବ୍ୟବଧାନରେ ଜିତିବ ବୋଲି କହିଛି । ଅନ୍ୟପଟେ ବିଜେଡି ବିଜେପି ରାଜ୍ୟ ସ୍ୱାର୍ଥ ବିରୋଧି । ତେଣୁ କଂଗ୍ରେସକୁ ଲୋକ ବାଛିବା ପାଇଁ ମନସ୍ଥ କରିଥିବା କହିଛି ଦଳ ।

ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ଝାରସୁଗୁଡା ଥିବାବେଳେ, ରାଜନୈତିକ ପାରା ମଧ୍ୟ ଏବେ ଉପର ମୁହାଁ । ଏମିତିରେ ଏବେ ଆରୋପ ପ୍ରତ୍ୟାରୋପ ବଢିବା ସ୍ୱଭାବିକ କଥା । ହେଲେ ଉପନିର୍ବାଚନରେ ଲୋକେ କାହାକୁ ଭରଷା କରୁଛନ୍ତି ତାହା ଦେଖିବା ବାକି ରହିଲା ।

ସନ୍ତୋଷ ମିଶ୍ରଙ୍କ ସହ ନବ କିଶୋର ସାହୁଙ୍କ ରିପୋର୍ଟ

Related Articles

Leave a Reply

Your email address will not be published.

Back to top button