ଓଡ଼ିଶା

ରଜର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ରଜ ପର୍ବ ଅବସରରେ ରାଜ୍ୟବାସୀଙ୍କୁ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ମୁଖ୍ୟମନ୍ତ୍ରୀ ଲେଖିଛନ୍ତି , ଓଡ଼ିଶାର ଗଣପର୍ବ ରଜ ଉପଲକ୍ଷେ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା । ପ୍ରକୃତି, ଧରିତ୍ରୀ ଏବଂ ନାରୀଙ୍କ ପ୍ରତି ସମ୍ମାନର ପ୍ରତୀକ ଏହି ମହାନ ପର୍ବରେ ଆନନ୍ଦ, ଉତ୍ସାହ ଓ ଉଲ୍ଲାସର ସହ ସାମିଲ ହୁଅନ୍ତୁ । ଓଡ଼ିଆ ସଂସ୍କୃତି ଓ ପରମ୍ପରାର ଅନନ୍ୟ ବାର୍ତାବହ ରଜ ପର୍ବ ଅବସରରେ ସମସ୍ତଙ୍କ ସୁଖ ଓ କଲ୍ୟାଣମୟ ଜୀବନ କାମନା କରୁଛି ।

Leave a Reply

Your email address will not be published.

Back to top button