କେନ୍ଦ୍ରାପଡା

କୋର୍ଟର ଅନୁମତି ମିଳିଲେ ସାତଭାୟାର ୪୦ ଦଳିତ ପରିବାରକୁ ମିଳିବ ପଟା

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ଅନ୍ତର୍ଗତ ବଗପାଟିଆ ଥଇଥାନ କେନ୍ଦ୍ରରେ ୪୦ ଦଳିତ ପରିବାରଙ୍କୁ ପଟା ପ୍ରଦାନ କରାଯାଇ ନାହିଁ । ସେଥିପାଇଁ ଜିଲ୍ଲା ପ୍ରଶାସନ କୋର୍ଟର ଅନୁମତି ଆବଶ୍ୟକ ବୋଲି ମତ ରଖିଛି । ୨୦୧୪ ମସିହାରେ ୫୭୧ ପରିବାରକୁ, ୨୦୨୨ ମସିହାରେ ୧୪୮ ପରିବାରକୁ ଏବଂ ପୁନର୍ବାର ୨୦୨୨ ରେ ୯୯ ବଙ୍ଗଳାଦେଶୀ ପରିବାରକୁ ଥଇଥାନ କରାଯାଇ ଥିବା ବେଳେ ୪୦ ଦଳିତ ପରିବାର ଏଥିରୁ ବଂଚିତ ରହିଛନ୍ତି । ତେବେ ସୋମବାର ମଂଚର ଆବାହକ ଶ୍ରୀ ରାଉତ ଜିଲ୍ଲାପାଳ, ଉପ ଜିଲ୍ଲାପାଳଙ୍କୁ ଭେଟି ଏମାନଙ୍କୁ ଥଇଥାନ କରିବା ପାଇଁ ଦାବି କରିଥିଲେ । ଦୀର୍ଘ ସମୟ ଧରି ଯୁକ୍ତିତର୍କ ହେବାପରେ ଜିଲ୍ଲା ପ୍ରଶାସନ କୋର୍ଟ ଅନୁମତି ଆଣିବା ପରେ ଏହି ୪୦ ହରିଜନ ପରିବାରକୁ ଥଇଥାନ କରାଯିବ ବୋଲି ରୋକ ଠୋକ ଭାବେ ଜଣାଇଛନ୍ତି ।

Related Articles

Leave a Reply

Your email address will not be published.

Back to top button