Ganjam

ବାଣ ବିସ୍ଫୋରଣରେ ୫ ଆହତ

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଭଞ୍ଜନଗର ମା ଠାକୁରାଣୀ ଓ ବ୍ୟାଘ୍ରଦେବୀଙ୍କ ମିଳିତ ଯାତ୍ରା ପଟୁଆରରେ ଏକ ଅଘଟଣ ଘଟିଯାଇଛି । ମା ପଟୁଆରରେ ନଗର ପରିକ୍ରମା କରୁଥିବା ସମୟରେ ବାଣ ବିସ୍ଫୋରଣ ଘଟି ୫ ଜଣ ଆହତ ହୋଇଛନ୍ତି । ଆହତ ମାନଙ୍କୁ ଚିକିତ୍ସା ନିମନ୍ତେ ଭଞ୍ଜନଗର ଡାକ୍ତରଖାନାରେ ଭର୍ତି କରାଯାଇଛି । ତେବେ ତନ୍ମଧ୍ୟରୁ ବେଲଗୁଣ୍ଠା କଂଟାଜୋର ଗ୍ରାମର ଜଣେ ମହିଳା ପୁର୍ନବାସୀ ଗୁରୁତର ହେବାରୁ ତାଙ୍କୁ ଅଧିକ ଚିକିତ୍ସା ନିମନ୍ତେ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।

ଏଠାରେ ଉଲ୍ଲେଖଯୋଗ୍ୟ, କିଛି ଦିନ ପୂର୍ବେ ଏହି ଯାତ୍ରାରେ ବାଣ ବିସ୍ଫୋରଣରେ ୩ରୁ ୪ ଜଣ ଆହତ ହୋଇଥିଲେ । ତେବେ ବାରମ୍ବାର ଏପରି ଘଟଣାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଗତକାଲି କନ୍ଧମାଳ ସାଂସଦ ଡଃ. ଅଚ୍ୟୁତ ସାମନ୍ତ ଏବଂ ପୂର୍ବତନ ବାଚସ୍ପତି ତଥା ବିଧାୟକ ବିକ୍ରମକେଶରୀ ଆରୁଖ ଠାକୁରାଣୀଙ୍କ ଦର୍ଶନ କରିବା ସହ ଯାତ୍ରା କାର୍ଯ୍ୟକ୍ରମକୁ ଉତ୍ସାହିତ କରିଛନ୍ତି ।

Related Articles

Leave a Reply

Your email address will not be published.

Back to top button