ଅପରାଧ

ବଧୂ ନିର୍ଯ୍ୟାତନା ମାମଲା

ଜୟପୁର : ଜଣେ ମହିଳାଙ୍କୁ ତାଙ୍କ ଶାଶୁ ଘର ଲୋକେ ନିର୍ଯ୍ୟାତନା ଦେଉଥିବା ମହିଳା ଥାନାରେ ଅଭିଯୋଗ ହୋଇଛି । ସେ ହେଲେ ଜୟପୁର ସଦରଥାନା ଅର୍ନ୍ତଗତ ଖରାମୁଣ୍ଡି ଗାଁର ନୀଳକଣ୍ଠ ହରିଜନଙ୍କ ପତ୍ନୀ ସୁନାଦେଇ ହରିଜନ । ସୁନାଦେଇଙ୍କ ସ୍ୱାମୀ, ନଣନ୍ଦ ଓ ସଉତୁଣୀଙ୍କ ବିରୋଧରେ ଅଭିଯୋଗ ହୋଇଛି । ମହିଳା ଥାନା ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ମହିଳା ଥାନା ଆଇଆଇସି ମମତା ପାଣିଗ୍ରାହୀ କହିଛନ୍ତି , ଜୟପୁର ସଦରଥାନା ଅର୍ନ୍ତଗତ ଖରାମୁଣ୍ଡି ଗାଁର ସୁନାଦେଇ ଗତ ୧୬ବର୍ଷ ତଳେ ନୀଳକଣ୍ଠକୁ ବାହା ହୋଇଥିଲେ । ଏହାରି ମଧ୍ୟରେ ଉଭୟଙ୍କର ତିନୋଟି ପିଲା ଛୁଆ ବି ରହିଛନ୍ତି । ଗତ ମାର୍ଚ୍ଚ ୩୦ତାରିଖ ଦିନ ନୀଳକଣ୍ଠ ସୁନାଦେଇଙ୍କୁ ଏକ ଲକ୍ଷ ଟଙ୍କାର ଯୌତୁକ ମାଗିଥିଲେ । ତାଙ୍କ ପରିବାରବର୍ଗଙ୍କ ଠାରୁ ମାଗିକି ଆଣି ଦେବା ପାଇଁ ନୀଳକଣ୍ଠ ଦାବି କରିଥିଲେ । ସେ ଦେଇ ପାରିବେ ନାହିଁ ବୋଲି କହିବା ପର ଠାରୁ ତାଙ୍କୁ ଶାରିରୀକ ,ମାନସିକ ନିର୍ଯ୍ୟାତନା ଦେବା ସହ ୩ଟି ପିଲା ଓ ତାଙ୍କର ପ୍ରତିପୋଷଣ ଦାୟିତ୍ୱରୁ ବି ଓହରି ଯାଇଥିଲେ । ଗତ ୧୩ତାରିଖ ଦିନ ଜବାପାତ୍ରପୁଟ ଗାଁର ସମ୍ବାରୀ ନାମକ ଜୈନେକ ମହିଳାଙ୍କୁ ନୀଳକଣ୍ଠ ଘରକୁ ଆଣି ଦ୍ୱିତୀୟ ସ୍ତ୍ରୀର ମାନ୍ୟତା ଦେଇଥିବା ଅଭିଯୋଗ କରିଛନ୍ତି ସୁନାଦେଇ । ଏହା ପରେ ସ୍ୱାମୀ ନୀଳକଣ୍ଠ , ତାଙ୍କ ଭଉଣୀ, ଓ ଦ୍ୱିତୀୟ ସ୍ତ୍ରୀ ସୁନାଦେଇଙ୍କୁ ମାରପିଟ୍ କରିବା ସହ ଶାରିରୀକ ଓ ମାନସିକ ନିର୍ଯ୍ୟାତନା ଦେଇ ଆସୁଛନ୍ତି । ଏଏସଆଇ ବିସିଏଚ୍ ନାୟକ ମାମଲାର ତଦନ୍ତ କରି ଦଫା ୪୯୮-କ, ୩୨୩,୨୯୪,୪୯୪ , ୩୪ ଓ୪ ଯୌତୁକ ନିବାରଣ ଆଇନରେ ମାମଲା ରୁଜୁ କରିଛନ୍ତି ।

Related Articles

Leave a Reply

Your email address will not be published.

Back to top button