ପାଣିପାଗ ଓ ପରିବେଶ

ସାମୁଦ୍ରିକ ଝଡ଼ ବିପର୍ଯ୍ୟୟ ଗୁଜୁରାଟର କଚ୍ଛ, ଦ୍ଵାରକା, ଜାମନଗରରେ ରଚିଲା ଭୀଷଣ ତାଣ୍ଡବ

ଅହମ୍ମଦାବାଦ : ସାମୁଦ୍ରିକ ଝଡ଼ ବିପର୍ଯ୍ୟୟ ଗୁଜୁରାଟର କଚ୍ଛ ଜିଲ୍ଲାର ମାଣ୍ଡବି ତହସିଲ ଅନ୍ତର୍ଗତ ଜଖୌ ବନ୍ଦରଗାହ ନିକଟରେ ଉପକୂଳ ଛୁଇଁବା ପରେ ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ଏହାର ପ୍ରଭାବ କଚ୍ଛ, ଦ୍ଵାରକା, ଜାମନଗର ଜିଲ୍ଲାରେ ଦେଖିବାକୁ ମିଳିଛି । ସମ୍ପୃକ୍ତ ଅଂଚଳରେ ଭୀଷଣ ତାଣ୍ଡବ ରଚିଛି ସାମୁଦ୍ରିକ ଝଡ଼ ବିପର୍ଯ୍ୟୟ । ଏହି ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ରାତି ୧୨ଟା ପର୍ଯ୍ୟନ୍ତ ଚାଲିଥିଲା । ଭୀଷଣ ବର୍ଷା ଯୋଗୁଁ ସ୍ଥାନେ ସ୍ଥାନେ ପାଣି ଜମି ରହିଛି ।

କଚ୍ଛରେ ୨ ଘଂଟାରେ ୭୮ ମି.ମି. ବର୍ଷା ରେକର୍ଡ଼ ହୋଇଛି । ୨୪୦ ଗ୍ରାମରେ ବିଦ୍ୟୁତ ସେବା ବ୍ୟାହତ ହୋଇଛି । ଅନେକ ସ୍ଥାନରେ ବଡ ବଡ ଗଛ ସବୁ ରାସ୍ତାରେ ଭାଙ୍ଗି ପଡିଛି । କଚ୍ଛ-ସୌରାଷ୍ଟ୍ର ଜିଲ୍ଲାରେ ଏକ ହଜାରରୁ ଅଧିକ ଗଛ ଧରାଶାୟୀ ହୋଇଛି । ଅଦ୍ୟାବଧି ୨୨ ଜଣ ଆହତ ହୋଇଥିବା ସୂଚନା ମିଳିଛି ।

Related Articles

Leave a Reply

Your email address will not be published.

Back to top button