ବିଶ୍ୱ

ଋୁଷି ସୁନକ ଆପଣେଇଛନ୍ତି କେଜରିୱାଲଙ୍କ ପଥ

ଲଣ୍ଡନ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରିୱାଲଙ୍କ ଫଣ୍ଡା ଆପଣେଇଲେ ବ୍ରିଟେନ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଋଷି ସୁନକ । ତାଙ୍କ ବିଜୟ ହେଲେ ସେ ଘରର ବିଜୁଳି ବିଲ ଉପରେ ୨୦୦ ପାଉଣ୍ଡ କାଟ କରିବାକୁ ଘୋଷଣା କରିଛନ୍ତି, ଯେତେବେଳେ କି, କେଜରିୱାଲ ଦିଲ୍ଲୀ ଓ ପଞ୍ଜାବରେ ୨୦୦ ୟୁନିଟ ମାଗଣା ବିଜୁଳି ଦେଉଛନ୍ତି । ବୋରିସ ଜନସନଙ୍କ ଇସ୍ତଫା ପରେ କଞ୍ଜରଭେଟିବ ପାଟିରେ ନେତୃତ୍ୱ ନିର୍ବାଚନ ଚାଲିଛି । ଏଥିରେ ସୁନକ ଓ ଲିଜ ଟ୍ରସ ମଧ୍ୟରେ ଚାଲିଛି ଟକ୍କର । ପୂର୍ବରୁ ସୁନକ ବିଭିନ୍ନ ପର୍ଯ୍ୟାୟ ନିର୍ବାଚନରେ ଆଗରେ ଥିବା ବେଳେ ବର୍ତ୍ତମାନ ଟ୍ରସଙ୍କ ପଲା ଭାରି ରହିଛି ।
ବ୍ରିଟେନ ଜନତା ପୂର୍ବରୁ ଅତ୍ୟଧିକ ବିଦ୍ୟୁତ୍ ବିଲକୁ ନେଇ ଅସନ୍ତୁଷ୍ଟ ଥିଲେ । ବର୍ତ୍ତମାନ ଏକ ରିପୋର୍ଟରେ କୁହାଯାଇଛି, ବିଦ୍ୟୁତ୍ ବିଲ ଅଧିକ ବୃଦ୍ଧି ସମ୍ଭାବନା ରହିଛି । ଫଳରେ ବହୁ ଲୋକ ଦାରିଦ୍ର‌୍ୟ ସୀମା ରେଖା ତଳକୁ ଚାଲିଯିବାର ସମ୍ଭାବନା ସୃଷ୍ଟି ହୋଇଛି । ଏହାକୁ ଦେଖି ଲୋକଙ୍କ ବିଲ ଉପରେ ୨୦୦ ପାଉଣ୍ଡ ହ୍ରାସ କରିବାର ପ୍ରଲୋଭନ ଦେଖାଇଛନ୍ତି ସୁନକ ।
ୟୁଏସ ୱେବସାଇଟ ମୁତାବକ, ପ୍ରାୟ ଏକ ଚତୁର୍ଥାଂଶ ପରିବାର ଉପରେ ବିଲର ୨୦୬ ପାଉଣ୍ଡ ବାକି ରହିଛି, ଯାହା ଚାରି ମାସରେ ୧୦% ବଢିଯାଇଛି ।

Related Articles

Leave a Reply

Your email address will not be published.

Back to top button