ଓଡ଼ିଶା

କଣାସ ମକରା ନଦୀରେ ଘାଇ

ପୁରୀ ଜିଲ୍ଲା କଣାସ ମକରା ନଦୀରେ ଘାଇ ସୃଷ୍ଟି ହୋଇଛି I ଗତକାଲି କଣାସର ପାହିଲୁଣ୍ଡିଠାରେ ୧୫ ଫୁଟର ମକରା ନଦୀରେ ଘାଇକୁ ଆୟତ କରିବା ପାଇଁ ଗ୍ରାମବାସୀ ଚେଷ୍ଟା କରିଥିଲେ ମଧ୍ୟ ତାହା ଆୟତ ହୋଇପାରିନଥିଲା । କଣାସ ବ୍ଲକ୍ ର ୮ଟି ପଞ୍ଚାୟତର ୨୦ରୁ ଉର୍ଦ୍ଧ ଗାଁରେ ଵନ୍ୟାଜଳ ପ୍ରବେଶ କରିଛି। ସାହୁପଡା, ଗଡ଼ଖାରଦ,ଅଡାଲ,ଦୋଛିଆ, ପ୍ରଭୃତି ପଞ୍ଚାୟତ ଏବଂ ଵାଲିପଡା,ଅଜିରା,ଭାଟପଡା, ସୁନାଖଳା ଭଳି ବିଭିନ୍ନ ଗାଁରେ କ୍ଷତିଗ୍ରସ୍ତ ହେବାର ଆଶଙ୍କା କରାଯାଉଛି । ଘଟଣାସ୍ଥଳରେ ସ୍ଥାନୀୟ ବିଧାୟକ ଉମାକାନ୍ତ ସାମନ୍ତରାୟ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି I ସେପଟେ କୋଣାର୍କ ଗୋପ ଜଳସଂପଦ ବିଭାଗ ଅଧିନ କୁଶଭଦ୍ରା ଡାହାଣ ପଟ ନଦୀର ଖଣ୍ତିଆକୁଦ ନିକଟରେ ଘାଇ ସୃଷ୍ଟି ହୋଇଛି । ୬ରୁ ଉର୍ଦ୍ଧ୍ବ ପଞ୍ଚାୟତରେ ବନ୍ୟା ଜଳ ପ୍ରବେଶ କରିବା ନେଇ ଆଶଙ୍କା କରାଯାଉଛି । ତେବେ ଆତଙ୍କିତ ହୋଇ ଶହ ଶହ ପରିବାର ଘର ଛାଡୁଥିବା ବେଳେ,ଘଟଣାସ୍ଥଳରେ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି ।

Leave a Reply

Your email address will not be published.

Back to top button