ବିଶ୍ୱ

ଆମେରିକା ସମୁଦ୍ର କୂଳରେ ବିରାଟକାୟ ସାମୁଦ୍ରିକ ରାକ୍ଷସ!

ୱାସିଂଟନ: ଆମେରିକାର ଓରେଙ୍ଗାନ ରାଜ୍ୟର ଫ୍ଲୋରେନ୍ସ ସମୁଦ୍ର କୂଳରେ ବିରାଟକାୟ ପ୍ରାଣୀ। କିଛି ଏହାକୁ ସାମୁଦ୍ରିକ ରାକ୍ଷସ କହୁଥିବା ବେଳେ କିଛି ଏହାକୁ ସାମୁଦ୍ରିକ ଜୀବ କହୁଛନ୍ତି। ଏହାର ଆକାର ଏକ କାର ଆକାରର। ଏକ ଦମ୍ପତି ସମୁଦ୍ର କୂଳରେ ବୁଲୁଥିବା ବେଳେ ଏହି ବିରାଟକାୟ ଜୀବ ଦେଖିଥିଲେ, ଯାହା ମୁହଁ ବିହୀନ ଥିଲା। ନା ତାର ଆଖିଥିଲା, ନାହିଁ ହାତ, ଗୋଡ।

ଦ ମିରର ମୁତାବକ, ୨୮ ବର୍ଷର ମେରିକା ଲିନ ଓ ତାଙ୍କ ପୁରୁଷ ବନ୍ଧୁ ଏଡୋନୀ ଟେଗ୍ନର ଫ୍ଲୋରେନ୍ସ ସମୁଦ୍ର କୂଳରେ ବୁଲୁଥିଲେ। ବୁଲିବା ସମୟରେ ହଠାତ୍ ସମୁଦ୍ର କୂଳରେ ଏକ ଭୟଙ୍କର ଆକାରର କିଛି ଗୋଟିଏ ଦେଖାଦେଲା। ପ୍ରଥମେ ସେମାନେ ଏହାକୁ ଏକ ସାମୁଦ୍ରିକ ଜୀବ ଭାବିଥିଲେ, ଯାହା ପାଣି ଭିତରୁ ଚାଲିଆସିଛି କୂଳକୁ। କିନ୍ତୁ ଯେମିତି ତାର ନିକଟକୁ ଆସିଲେ, ସେଥିରେ କୌଣସି ପ୍ରତିକ୍ରିୟା ଦେଖିବାକୁ ପାଇ ନ ଥିଲେ।

ଜୀବଟି ଧଳା ଲୋମ ଯୁକ୍ତ ଥିଲା।  ମେରିକା ତା ଦେହରେ ଗୋଡ ମାରିବାରୁ କିନ୍ତୁ ଏହା ଥିଲା ରୁକ୍ଷ। ମନେ ହେଉଥିଲା ମାଂସ ପିଣ୍ଡୁଳାର ଗଦା ପଡିଛି, କିନ୍ତୁ ତାର ତଳେ ରହିଛି ପିଞ୍ଜରା। ସେଥିରୁ ଉତ୍କଟ ଗନ୍ଧ ହେଉଥିଲା। ଦମ୍ପତି ଜୀବର ଫଟୋ ଉଠାଇ ସୋସିଆଲ ମିଡିଆରେ ଛାଡିବା ପରେ ଏହାକୁ ନେଇ ନାନା ଟିପ୍ପଣୀ ଦିଆଯାଉଛି।

କେହି କେହି ଏହାକୁ ବିରାଟକାୟ ସାମୁଦ୍ରିକ ଜୀବ କହୁଥିବା ବେଳେ କେହି କେହି ଏହାକୁ ସାମୁଦ୍ରିକ ରାକ୍ଷସ କହୁଛନ୍ତି, ଯାହା ଭୂକମ୍ପ ଯୋଗୁ  ସମୁଦ୍ର ଭିତରର ଚଟାଣ ଫାଟିଯିବାରୁ ବାହାରକୁ ବାହାରି ଆସିଛି। ତେବେ ବିଶେଷଜ୍ଞ ଏହାକୁ ଗ୍ଲୋବଷ୍ଟର କହୁଛନ୍ତି।

ଗ୍ଲୋବଷ୍ଟର ହେଉଛି ମୃତ ଜୀବଙ୍କ ଅବଶେଷ। ଜୀବର ମାଂସ ଏକାଠି ହେବାକୁ ଗ୍ଲୋବଷ୍ଟର କୁହାଯାଇଥାଏ। ହୁଏତ ଏହି ଗ୍ଲୋବଷ୍ଟର ସାର୍କ କି ହ୍ବିଲ ପରି ବିରାଟକାୟ ପ୍ରାଣୀର ହୋଇଥାଇ ପାରେ ବୋଲି ବିଶେଷଜ୍ଞ ଅନୁମାନ କରୁଛନ୍ତି। କିନ୍ତୁ ଏଥିରେ ଦେଖିବାକୁ ମିଳୁଥିବା ବଡବଡ ଲୋମ ଥିବାରୁ ଏହା ସାର୍କ ବା ହ୍ବିଲ ହୋଇ ନ ଥିବା ଅନେକ କହୁଛନ୍ତି।

Related Articles

Leave a Reply

Your email address will not be published.

Back to top button