ଓଡ଼ିଶାପାଣିପାଗ ଓ ପରିବେଶ

୧ ଜୁନରୁ ୮ ଜୁଲାଇ ମଧ୍ୟରେ ୨୨୭.୨ ମିମି ବର୍ଷା ରେକର୍ଡ : ସ୍ଵାଭାବିକ ବର୍ଷା ୨୮୬.୮ ମିମି ତୁଳନାରେ ୨୪ ପ୍ରତିଶତ କମ୍

ଭୁବନେଶ୍ଵର : ଚଳିତ ମୌସୁମୀ ଋତୁରେ ରାଜ୍ୟରେ ୧ ଜୁନରୁ ୮ ଜୁଲାଇ ମଧ୍ୟରେ ୨୨୭.୨ ମି.ମି. ବର୍ଷା ରେକର୍ଡ କରାଯାଇଛି, ଯାହା ସ୍ଵାଭାବିକ ବର୍ଷା ୨୮୬.୮ ମି.ମି. ତୁଳନାରେ ୨୪ ପ୍ରତିଶତ କମ୍ ରହିଛି ।

ଏହି ପରିଧି ମଧ୍ୟରେ ଦେବଗଡ ଜିଲ୍ଲାରେ ସର୍ବାଧିକ ୪୩୧.୫ ମି.ମି. ବର୍ଷା ରେକର୍ଡ କରାଯାଇଛି, ଯାହା ସ୍ଵାଭାବିକ ବର୍ଷା ୨୭୮.୮ ମି.ମି. ତୁଳନାରେ ୫୫ ପ୍ରତିଶତ ଅଧିକ ରହିଛି ।

ସେହିପରି କଳାହାଣ୍ଡି ଜିଲ୍ଲାରେ ସର୍ବନିମ୍ନ ୧୨୩.୫ ମି.ମି. ବର୍ଷା ରେକର୍ଡ କରାଯାଇଛି, ଯାହା ସ୍ଵାଭାବିକ ବର୍ଷା ୩୪୦.୬ ମି.ମି. ତୁଳନାରେ ୬୪ ପ୍ରତିଶତ କମ୍ ରହିଛି । ଭୁବନେଶ୍ଵର ସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରୀ ହୋଇଥିବା ଏକ ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।

Leave a Reply

Your email address will not be published.

Back to top button