Bhadrak

ପୁଲିସ୍ ଠାରୁ ନ୍ୟାୟ ନପାଇ ବିଧବା ପତ୍ନୀ ଓ ଝିଅଙ୍କ ଅନଶନ

ଭଦ୍ରକ : ପୁଲିସ୍ ଠାରୁ ନ୍ୟାୟ ନପାଇ ପୀରହାଟ ଥାନା ଅନ୍ତର୍ଗତ ଅର୍ଜୁନବିନ୍ଧା ଗ୍ରାମର ବିଧବା କନକ ବେହେରା (୫୦) ଓ ବାପ ଛେଉଣ୍ଡ ଝିଅ (୨୩) ଆଜି ପ୍ରଚଣ୍ଡ ଖରାରେ ଜିଲାପାଳଙ୍କ ଅଫିସ୍ ସମ୍ମୁଖରେ ଧାରଣା ଦେଇଛନ୍ତି । ବିଧବା ପତ୍ନୀ ଓ ଝିଅଙ୍କ ଅଭିଯୋଗ ଗତ ତା ୦୧.୦୫.୨୩ ରିଖରେ ଭଦ୍ରକ କୋର୍ଟ ପରିସରରେ କେତେକ ବ୍ୟକ୍ତି ତାଙ୍କୁ ମାରପିଟ କରିବା ସହ ଟଙ୍କା ଓ ମୋବାଇଲ୍ ଛଡାଇ ନେଇଥିଲେ । ବିଭିନ୍ନ ଧମକ ଚମକ ମଧ୍ୟ ଦେଇଥିଲେ । ଏ ସଂପର୍କରେ ସେମାନେ ଟାଉନ୍ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହାବ୍ୟତୀତ ଜିଲାପାଳ, ପୁଲିସ୍ ଓ ଆରକ୍ଷୀ ଅଧୀକ୍ଷକଙ୍କୁ ଭେଟି ମଧ୍ୟ ଅଭିଯୋଗ କରିଥିଲେ । କିନ୍ତୁ ଆଜିଯାଏ ପୁଲିସ୍ ପକ୍ଷରୁ ସଂପୃକ୍ତ ଅଭିଯୁକ୍ତଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବାର ଅଭିଯୋଗ କରିଛନ୍ତି । ଏଭଳି ପରିସ୍ଥିତିରେ ନିରୁପାୟ ହୋଇ ଜିଲାପାଳଙ୍କ ଅଫିସ୍ ସମ୍ମୁଖରେ ଅନଶନ କରିବାକୁ ବାଧ୍ୟ ହେଲୁ ବୋଲି ବିଧବା ମା ଓ ଝିଅ  ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି । ଅପରପକ୍ଷରେ ନ୍ୟାୟ ପାଇଁ ଜିଲାପାଳଙ୍କୁ ନିବେଦନ କରିଛନ୍ତି ।

Related Articles

Leave a Reply

Your email address will not be published.

Back to top button