Balangir

ବାଗବାହାଲ ଠାରେ ନିର୍ମିତ ନିମ୍ନମାନର ଲୋୟର ଇନ୍ଦ୍ର କେନାଲ ଭାଙ୍ଗିଲା : ବଢୁଛି ଚାଷିଙ୍କ ସମସ୍ୟା

ବଲାଙ୍ଗିର : ଚଳିତ ବର୍ଷ ପ୍ରଥମ ଥର ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପର ତିଖାଲି ଠାରୁ କେନାଲରେ ପାଣି ଛାଡ଼ିଲା । ପ୍ରଥମ ପାଣିରେ ବାଗବାହଲ୍ ସ୍ଥିତ କେନାଲ ଭାଙ୍ଗିଗଲା । କେନାଲ କାର୍ଯ୍ୟଟି ଅତି ନିମ୍ନମାନର ହୋଇଛି ବୋଲି ପୂର୍ବରୁ ବିଜେପି ପକ୍ଷରୁ ଅଭିଯୋଗ କରାଯାଇଥିଲା । ଏବେ ତାହା ବାସ୍ତବରେ ପରିଣତ ହୋଇଛି । ଗତବର୍ଷ ମଧ୍ୟ ସାଗୁନ୍ଭାଡି ଠାରେ କେନାଲ ଭାଙ୍ଗିଯାଇ ଅନେକ ଚାଷୀଙ୍କ କ୍ଷତି ହୋଇଥିଲା । ସେହି ସମୟରେ ଭାରତୀୟ ଜନତା ପାର୍ଟି ତରଫରୁ ତହସିଲଦାରଙ୍କୁ ଅଭିଯୋଗ କରାଯାଇଥିଲା । କେନାଲ ଡିଭିଜନ ନିମ୍ନମାନର କାର୍ଯ୍ୟ କରିବା ଫଳରେ ଚାଷୀ ଦୁର୍ଦ୍ଦଶା ଭୋଗୁଛନ୍ତି । କେନାଲ ଠିକାଦାର ଠିକାରେ ନେଇ କାର୍ଯ୍ୟ ଗୁଡ଼ିକୁ ଗ୍ରାମାଞ୍ଚଳ ସ୍ତରର ଠିକାଦାରମାନଙ୍କୁ ୪୦ ପ୍ରତିଶତରେ ବିକ୍ରି କରୁଥିବାରୁ ଅଧିକ ଲାଭ ଆଶାରେ ନିମ୍ନ ମାନର କାର୍ଯ୍ୟ କରାଯାଇଥିବା ପ୍ରତୀୟମାନ ହେଉଛି । ଏହି ସବୁ ବିଷୟରେ କେନାଲ ଅଧିକାରୀ ଏସଡିଓଙ୍କୁ ବାରମ୍ବାର ଚାଷୀ ଅଭିଯୋଗ କଲେ ମଧ୍ୟ ତାର ସୁଫଳ କିଛି ନାହିଁ । ପ୍ରକୃତରେ ଦେଖିବାକୁ ଗଲେ ଏହି ଅଫିସର୍ ମାନେ ହିଁ ନିମ୍ନ ମାନର କାର୍ଯ୍ୟ ପାଇଁ ଦାୟୀ । ବାରମ୍ବାର ଯଦି ଜନସାଧାରଣଙ୍କ ଅଭିଯୋଗକୁ ବେଖାତିର କରାଯାଏ । ଆଗାମୀ ଦିନରେ କେନାଲ ଡିଭିଜନର ଅଫିସରଙ୍କ ବିରୁଦ୍ଧରେ ଜନ ଆନ୍ଦୋଳନ କରିବାକୁ ବାଧ୍ୟ ହେବୁ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି ।

Related Articles

Leave a Reply

Your email address will not be published.

Back to top button