ଓଡ଼ିଶା

ବ୍ରାହ୍ଣଣୀ, ମହାନଦୀ, ବୈତରଣୀରେ ବନ୍ୟା ସ୍ଥିତି ନିୟନ୍ତ୍ରଣରେ – ସର୍ବୋଚ୍ଚ ଯନ୍ତ୍ରୀ

ଭୁବନେଶ୍ୱର : ବ୍ରାହ୍ଣଣୀ, ମହାନଦୀ, ବୈତରଣୀରେ ବନ୍ୟା ସ୍ଥିତି ନିୟନ୍ତ୍ରଣରେ ଅଛି । ବନ୍ୟା ସ୍ଥିତିକୁ ନେଇ ଜଳ ସଂପଦ ସର୍ବୋଚ୍ଚ ଯନ୍ତ୍ରୀ ଏହି ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ, କୌଣସି ସ୍ଥାନରେ କିଛି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇନି । କେବଳ ୨ଟି ସ୍ଥାନରେ ଘାଇ ହୋଇଥିବା ସୂଚନା ମିଳିଛି ।

ସେ କହିଛନ୍ତି, ରସୁଲପୁରରେ ଛୋଟ ଘାଇ ଓ ତେରମାଣପୁରରେ ୨୦ ଫୁଟର ଘାଇ ସୃଷ୍ଟି ହୋଇଛି । ବର୍ଷା ନଥିବାରୁ ଧୀରେ ଧୀରେ ସବୁ ନଦୀର ଜଳସ୍ତର କମୁଛି। ମୁଣ୍ଡଳିରେ ଜଳ ପ୍ରବାହ ୭ ଲକ୍ଷ ତଳକୁ ଖସିଲାଣି । କେବଳ କେନ୍ଦ୍ରାପଡ଼ା ତଳିଆ ଅଞ୍ଚଳରେ ଅପରାହ୍ନରେ ପିକ୍ ପାସ୍ କରିବ ବୋଲି ସେ କହିଛନ୍ତି ।

Leave a Reply

Your email address will not be published.

Back to top button