ବିଶ୍ୱଭାଇରାଲ୍

ପାକିସ୍ତାନ ଝିଅ ହେଲେ ଭାରତର ବୋହୁ

ପ୍ରେମ କିଛି ବାଧା ବନ୍ଧ ମାନେନା । ଜାତି ଧର୍ମ ବୟସ କିଛି ଦେଖାଯାଏନାହିଁ ପ୍ରେମରେ । ଲୋକମାନେ କହନ୍ତି ପ୍ରେମରେ ପଡି ଅନ୍ଧ ହୋଇଯାଇଛି । ପ୍ରେମରେ ଦୂରତା ବାଧା ଦେଇପାରେନା । ପ୍ରେମ ଆଗରେ ସବୁ ପ୍ରତିବନ୍ଧକ ହାର ମାନେ। ଏହା ପ୍ରମାଣିତ କରିଛନ୍ତି ପାକିସ୍ତାନ ଯୁବତୀ । ୫ ବର୍ଷର ଉଦ୍ୟମ ପରେ ପାକିସ୍ତାନର ଶୁମୈଲା ପାକିସ୍ତାନରୁ ଭାରତ ଆସି ପହଞ୍ଚିଛନ୍ତି । ସେ ପଞ୍ଜାବର ଜଲନ୍ଧର ନିବାସୀ କମଲ କଲ୍ୟାଣକୁ ବିବାହ କରିଛନ୍ତି । ଜୁଲାଇ ୧୦ ତାରିଖରେ ଏହି ବିବାହ ହୋଇଛି । ଶୁମୈଲା ବିବାହ ପାଇଂ ନିଜର ପରିବାର ଲୋକଙ୍କ ସହିତ ପାକିସ୍ତାନରୁ ଭାରତ ଆସିଥିଲେ । ଭାରତ ସରକାର ମଧ୍ୟ୍ୟ ଉଦାରତା ଦେଖାଇ ଶୁମୈଲା ଓ ତାଙ୍କ ପରିବାରକୁ ୪୫ ଦିନିଆ ଭିସା ପ୍ରଦାନ କରିଛନ୍ତି । ଉଭୟ ପରିବାର ବିବାହକୁ ଧୁମଧୁମାରେ ପାଳନ କରିଛନ୍ତି ।

ଭାରତର ବୋହୁ ହୋଇ ଖୁସି ଅଛନ୍ତି ଶୁମୈଲା । ଶୁମୈଲା ୫ ବର୍ଷ ପର୍ଯ୍ୟନ୍ତ ବିବାହ କରିବାକୁ ଭାରତ ଆସିପାରିନଥିଲେ । ପ୍ରେମ ପାଇଁ ଦୀର୍ଘ ବର୍ଷ ଅପେକ୍ଷା କରିଥିଲେ । କାରଣ କରୋନା ପାଇଁ ତାଙ୍କୁ ଭିସା ମନିଲିପାରିନଥିଲା । କିଛି ଦିନ ପୁର୍ବରୁ ନିଜ ପରିବାର ସହ ୪୫ ଦିନ ପାଇଁ ଭିସା ମିଳିଛି । ଜଲନ୍ଧରର ଏକ ପ୍ୟାଲେସରେ ଖ୍ରୀଷ୍ଟୀୟ ରୀତିନୀତି ଅନୁସାରେ ବିବାହ ଅନୁଷ୍ଟିତ ହୋଇଛି । ଏଥିରେ ଉବୟ ପରିବାର ସଦସ୍ୟ ଉପସ୍ଥିତ ଥିଲେ । ସମସ୍ତେ ବାହାଘରକୁ ଭରପୁର ଉପଭୋଗ କରିବା ସହ ପୁରା ମାତ୍ରାରେ ମଜା ଉଠାଇଛନ୍ତି । ଇନ୍ତେଜାର କା ଫଲ ମିଠା ହୋତା ହେ । ଅପେକ୍ଷା କଲେ ଭଲ ଫଳ ମିଳେ ଏ କଥା ଶମିୟାଲା ଙ୍କ ଘଟଣାରୁ ଜଣାପଡିଛି ।

  • ସ୍ମରଜିତ୍ ଆର୍ଯ୍ୟ ଙ୍କ ରିପୋର୍ଟ

Related Articles

Leave a Reply

Your email address will not be published.

Back to top button