ଜାତୀୟ

ବାନ୍ଦିପୋରାରେ ଲସ୍କର ଏ ତୈବାର ଓଭର ଗ୍ରାଉଣ୍ଡ ୱାର୍କର ଗିରଫ

ବାନ୍ଦିପୋରା : ସୁରକ୍ଷା ବଳ ଜାମ୍ମୁ-କାଶ୍ମୀରର ବାନ୍ଦିପୋରାରୁ ମଙ୍ଗଳବାର କୁଖ୍ୟାତ ଆତଙ୍କବାଦୀ ସଂଗଠନର ଲସ୍କର ଏ ତୈବାର ଜଣେ ଓଭର ଗ୍ରାଉଣ୍ଡ ୱାର୍କରକୁ ଗିରଫ କରିଛି । ବାନ୍ଦିପୋରା ପୋଲିସ ଟ୍ଵିଟ୍ କରି ଏହି ସୂଚନା ଦେଇଛି ।

ଏହି ଟ୍ଵିଟ୍ ରେ ଉଲ୍ଲେଖ କରାଯାଇଛି ଯେ, ପୋଲିସ ଓ ସେନାର ୧୩ ଆରଆର ୪୫ ବିଏନ ସିଆରପିଏଫ ଯବାନଙ୍କ ସହିତ ମିଳିତ ଭାବେ ଅପରେସନ କରାଯାଇ ବହରାବାଦ ହାଜିନ ଅଞ୍ଚଳରୁ ଲସ୍କରର ଏହି ଓଭର ଗ୍ରାଉଣ୍ଡ ୱାର୍କରକୁ ଗିରଫ କରାଯାଇଛି । ତା ନିକଟରୁ ଚିନ୍ ନିର୍ମିତ ଦୁଇଟି ହାତବୋମା ମଧ୍ୟ ଜବତ ହୋଇଛି ।

Related Articles

Leave a Reply

Your email address will not be published.

Back to top button