ଓଡ଼ିଶା

ହକି ବିଶ୍ଵକପ ପାଇଁ ଚଳଚଞ୍ଚଳ ରାଜଧାନୀ

ଭୁବନେଶ୍ବର: ହକି ବିଶ୍ଵକପ ପାଇଁ ଚଳଚଞ୍ଚଳ ରାଜଧାନୀ l ଭୁବନେଶ୍ୱରରେ ପହଞ୍ଚିଛନ୍ତି ଗୋଟେ ପରେ ଗୋଟେ ହକି ଟିମ l ଆଉ ସେମାନଙ୍କ ସ୍ୱାଗତ ପାଇଁ ରାଜଧାନୀର ତାରକା ହୋଟେଲ ଗୁଡିକ ସପୂର୍ଣ୍ଣ ପ୍ରସ୍ତୁତ l

ହକି ବିଶ୍ୱକପ ପାଇଁ ସଜେଇ ହୋଇଛି ରାଜଧାନୀ l ବିଶ୍ୱକପରେ ଅଂଶଗ୍ରହଣ କରୁଥିବା ସମସ୍ତ ଦଳ ରାଜଧାନୀର ୯ଟି ତାରକା ହୋଟେଲରେ ରହିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି। ଏଥିସହ ସମସ୍ତ ହୋଟେଲରେ ସେମାନଙ୍କ ପାଇଁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଇଛି l  ହୋଟେଲ ମେ ଫେୟାରରେ ଆରଜେଣ୍ଟିନା, ନେଦାରଲ୍ୟାଣ୍ଡ, ସ୍ପେନ ଦଳ ରହିଥିବାବେଳେ ହୋଟେଲ  ଲେମନ ଟ୍ରି ରେ ଇଂଲଣ୍ଡ ଓ  ନ୍ୟୁଜିଲ୍ୟାଣ୍ଡ ଦଳ ରହିଛି । ସେହିପରି ହୋଟେଲ ଏଚଏଚଆଇରେ ଚିଲି ଓ ଜାପାନ ଦଳ, ସ୍ବସ୍ତି ପ୍ରିମିୟମରେ ମାଲେସିୟା, କୋରିଆ ଦଳ, ସ୍ବସ୍ତି ଗ୍ରାଣ୍ଡରେ ଦକ୍ଷିଣ ଆଫ୍ରିକା, ତାଜ ଭିଭାନ୍ତାରେ ଭାରତ ଓ ଫ୍ରାନ୍ସ ରହିଥିବାବେଳେ ସ୍ୟାଣ୍ଡିସ ଟାୱାରରେ ବେଳଜିୟମ, ଅଷ୍ଟ୍ରେଲିଆ, ୱେଲକମରେ ୱେଲ୍ସ ଏବଂ ଟ୍ରେଡେଣ୍ଟରେ ଜର୍ମାନୀ ଦଳ ରହିଛି । ଖେଳାଳିଙ୍କ ସୁରକ୍ଷା ନେଇ ୧୮ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି l ଖେଳାଳି ମାନେ ମ୍ୟାଚ ଖେଳିବା ଏବଂ ଅଭ୍ୟାସ କରିବା ପାଇଁ ଯିବାକୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି  

ପ୍ରତିଟି ହୋଟେଲରେ ଖେଳାଳିଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି l ସେମାନଙ୍କୁ ପାରମ୍ପରିକ ଭାବେ ସ୍ୱାଗତ କରିବାଠୁ ଆରମ୍ଭ କରି ହୋଟେଲରେ ରହିବା ପାଇଁ ସ୍ୱତନ୍ତ୍ର ଭାବେ ରୁମ ରହିଛି । ଯେଉଁଠି ଅନ୍ୟ ଗେଷ୍ଟ ମାନଙ୍କୁ ପ୍ରବେଶର ଅନୁମତି ନାହିଁ l ବିଶେଷ ଭାବରେ ଯିବା ଆସିବା ତଥା ଖାଇବା ସ୍ଥାନ ପାଇଁ ଅଲଗା ରାସ୍ତା ମଧ୍ୟ ରହିଛି  l ମନ ପସନ୍ଦର ଖାଦ୍ୟ ବ୍ୟବସ୍ଥା ହୋଇଛି l ଖେଳାଳିଙ୍କ କୋଚଙ୍କ ମତାମତ ସହ ଫିଟନେସକୁ ନଜରରେ ରଖି ମେନୁର ଲିଷ୍ଟ ତିଆରି ହୋଇଛି । 

ତେବେ ଭୁବନେଶ୍ୱର ଏବଂ ରାଉରକେଲାରେ ଖେଳିବାକୁ ଥିବା ଏହି ମ୍ୟାଚ ପାଇଁ ଖୁବ ଉତ୍ସାହିତ ଓଡିଶା ବାସୀ  l

ସ୍ୱରୂପା ମହାପାତ୍ରଙ୍କ ରିପୋର୍ଟ

Leave a Reply

Your email address will not be published.

Back to top button