ଅବିଭାଗିକୃତ

ବଢିବ ଯୁକ୍ତ ୨ ସିଟ୍‌

ଭୁବନେଶ୍ୱର : ଚଳିତ ବର୍ଷ ବଢିବ ଯୁକ୍ତ ୨ ସିଟ୍ । ମାଟ୍ରିକ୍ ପରୀକ୍ଷାରେ ଚଳିତ ଥର ରେକର୍ଡ ସଂଖ୍ୟକ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି । ଏବର୍ଷ ୯୬%ରୁ ଅଧିକ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷାରେ ପାସ୍ ହୋଇଛନ୍ତି । ଯାହା ପୂର୍ବ ବର୍ଷ ଅପେକ୍ଷା ଅଧିକ । ୨୦୨୩-୨୪ ଅର୍ଥାତ୍ ଚଳିତ ବର୍ଷରୁ ଯୁକ୍ତ ୨ ସିଟ୍ ବଢ଼ାଇବାକୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ନିଷ୍ପତି ନେଇଛି । ୧୦୬ ସରକାରୀ ଅପଗ୍ରେଡେଡ୍ ଉଚ୍ଚ ମାଧ୍ୟମିକ ସ୍କୁଲରେ ୧୩ ହଜାର ସିଟ୍ ରହିବ । ଆବଶ୍ୟକସ୍ଥଳେ ସିଟ୍ ବୃଦ୍ଧି କରାଯିବ ।

ସେହିପରି ସବୁ ୧୧୪ ୟୁଏଲବିରେ ଗୋଟିଏ ଲେଖାଏ ମଡେଲ୍ ସ୍କୁଲ୍ ଅଛି । ୨୦୨୩ ଶେଷ ସୁଦ୍ଧା ରାଜ୍ୟରେ ସବୁ ହାଇସ୍କୁଲ୍ ରେ ଆଇଟି ଲ୍ୟାବ୍ ଉପଲ୍ଲବ୍ଧ ହେବ । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡି ଏହି ସୂଚନା ଦେଇଛନ୍ତି ।

Related Articles

Leave a Reply

Your email address will not be published.

Back to top button