ଓଡ଼ିଶା

ଫାଇଭ୍-ଟି ସଚିବଙ୍କ ବଲାଙ୍ଗିର ଗସ୍ତକୁ କଂଗ୍ରେସର ବିରୋଧ, ମୁହଁରେ କଳାପଟି ଲଗାଇ ପ୍ରତିବାଦ କଲେ କର୍ମୀ

ବଲାଙ୍ଗିର : ଫାଇଭ୍-ଟି ସଚିବ ଭି.କେ. ପାଣ୍ଡିଆନଙ୍କ ବଲାଙ୍ଗିର ଗସ୍ତକୁ ବିରୋଧ କରିଛି କଂଗ୍ରେସ । ରାଜ୍ୟରେ ଗଣତନ୍ତ୍ରର ହତ୍ୟା କରାଯାଇଥିବା କହି ମୁହଁରେ କଳାପଟି ବାନ୍ଧି ପାଟଣା ହୋଟେଲ ଛକରେ ଆଜି ଦଳର କାର୍ଯ୍ୟକର୍ତା ମାନେ ମଉନ ପ୍ରତିବାଦ କରିଛନ୍ତି । ବଲାଙ୍ଗିରରେ ଏକ ନୂଆ ସମଲେଶ୍ଵରୀ ମନ୍ଦିର ନିର୍ମାଣ କରିବାକୁ ସେମାନେ ଦାବି କରିଛନ୍ତି।

ଏଠାରେ ଉଲ୍ଲେଖଯୋଗ୍ୟ, ଗତକାଲି ଓ ଆଜି ଦୁଇଦିନିଆ ଗସ୍ତରେ ଆସି ସଚିବ ଶ୍ରୀ ପାଣ୍ଡିଆନ ବଲାଙ୍ଗିରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଆଜି ସକାଳ ପ୍ରାୟ ୮ଟା ସମୟରେ ଶ୍ରୀ ପାଣ୍ଡିଆନ ଏହି ରାସ୍ତା ଦେଇ ସମଲେଇ ମନ୍ଦିରକୁ ଯିବାର କାର୍ଯ୍ୟକ୍ରମ ଥିଲା । ତେବେ ଏହି ପ୍ରତିବାଦ କାର୍ଯ୍ୟକ୍ରମ ପାଇଁ ସେ ଦୈନିକ ବଜାର ରାସ୍ତା ଦେଇ ମା ସମଲେଇଙ୍କ ମନ୍ଦିରକୁ ଯାଇଥିଲେ ।

Leave a Reply

Your email address will not be published.

Back to top button