ଓଡ଼ିଶା

ମାଙ୍କ ପୂଜା ପାଇଁ ଉତ୍ସବମୁଖର ଯାଜପୁର

ଯାଜପୁର:  ଧରାପୃଷ୍ଠକୁ ଅବତରଣ କରିବେ ମା । ଏଥିପାଇଁ ସଜେଇ ହେଉଛି ପୁରା ଧରଣୀ ରାଣୀ। ଚଳଚଞ୍ଚଳ ହୋଇ ଉଠିଛି ଗାଁ ଠୁ ସହର। ଗତ ଦୁଇବର୍ଷ ହେଲା କୋଭିଡ କଟକଣା ପାଇଁ ସବୁ କିଛି ଫିକା ପଡିଥିଲା। କିନ୍ତୁ ଚଳିତ ବର୍ଷ କଟକଣା ହଟିଥିବାରୁ ପୂଜାକୁ ନେଇ ଉତ୍ସାହ ଦେଖାଦେଇଛି। ଏହାସହ ବିଭିନ୍ନ ମଣ୍ଡପରେ ଜମିବ ନାଚ ଗୀତର ଆସର। ଯାହାକୁ ଅପେକ୍ଷା କରିଛନ୍ତି ଦର୍ଶକ।

ଆକାଶରେ ଧଳା ଭସା ବାଦଲ ଆଉ ତଳେ ଧଳା ରଙ୍ଗର କାଶତଣ୍ଡି ଫୁଲର ଆସର। ଧରାପୃଷ୍ଠକୁ ଅବତରଣ କରିବେ ମା ‘  ଜଗତଜନନୀ । ଏଥିପାଇଁ ସଜେଇ ହେଉଛି ପୁରା ଧରଣୀରାଣୀ। ସମସ୍ତେ ବ୍ୟସ୍ତ ମା ‘ ଙ୍କୁ ସ୍ୱାଗତ କରିବା ପାଇଁ। ଦୀର୍ଘ ୨ ବର୍ଷ ପରେ କଟକଣା ହଟିବା ପରେ ଚଳିତ ବର୍ଷ ପୂଜାକୁ ନେଇ ଚାରି ଆଡେ ଉତ୍ସାହର ମାହୋଲ ଦେଖିବାକୁ ମିଳିଛି। ଯାଜପୁର ଜିଲାର ବିଭିନ୍ନ ପୂଜା ମଣ୍ଡପରେ ଭଳିକି ଭଳି ମୂର୍ତ୍ତି ଗଢିବାରେ ବ୍ୟସ୍ତ କାରିଗର l ଚଳିତ ବର୍ଷ ଧୁମଧାମରେ ପୂଜା ହେବାକୁ ଆଶା ରଖିଥିବା ବେଳେ ଭଲ ଦି ପଇସା ରୋଜଗାର କରିବାର ଲକ୍ଷ୍ୟ ରହିଛନ୍ତି କାରିଗର।

ମୂର୍ତ୍ତି ତିଆରି ପାଇଁ ପାର୍ବଣର ତିନିମାସ ଆଗରୁ ଆରମ୍ଭ ହୁଏ ପ୍ରସ୍ତୁତି l ପୂଜା ମଣ୍ଡପ ପକ୍ଷରୁ ବହୁ ପୂର୍ବରୁ ଅନେକ କିଛି ଆୟୋଜନ ହୋଇଥାଏ। ମୂର୍ତ୍ତି ପ୍ରସ୍ତୁତି ପାଇଁ ରାଜ୍ୟ ଓ ରାଜ୍ୟ ବାହାରର କାରିଗର ଲାଗି ପଡନ୍ତି l ମୂର୍ତ୍ତି ତିଆରି ପାଇଁ ଗଙ୍ଗା ମାଟିର ଆବଶ୍ୟକ ପଡେ l ଆଉ ଏହି ଗଙ୍ଗା ପୂଜା ମଣ୍ଡପର ବରାଦ ମୁତାବକ ନିର୍ମାଣ ହୁଏ ମୂର୍ତ୍ତି । ପୂଜା କମିଟି ବିଭିନ୍ନ ସାଜସଜା ସହ ବିଭିନ୍ନ ପ୍ରକାର ନାଚଗୀତର ମଧ୍ୟ ଆୟୋଜନ ହେବା ନେଇ ଲକ୍ଷ୍ୟ ରଖିଛନ୍ତି ପୂଜା କମିଟି।

ଦୁଇ ବର୍ଷର ବ୍ୟବଧାନ ପରେ ଚଳିତ ବର୍ଷ ଏହି ଦୁର୍ଗାପୂଜାକୁ ବଡ଼ ଧୁମ ଧାମରେ ପାଳିବା ପାଇଁ ଆବାଳ ବୃଦ୍ଧବନିତା ଚାହିଁ ବସିଛନ୍ତି।

Leave a Reply

Your email address will not be published.

Back to top button