କ୍ରିକେଟକ୍ରୀଡ଼ାଜାତୀୟ

ଆଇପିଏଲ ନିଲାମ: ସେମ ଆଗରେ

ନୂଆଦିଲ୍ଲୀ: କୋଚିରେ ହେବାକୁ ଥିବା ଆଇପିଏଲ ୨୦୨୩  ଖେଳାଳି ନିଲାମ ପ୍ରକ୍ରିୟା ଆରମ୍ଭ ହୋଇ ଯାଇଛି। ଏହି ମିନି ନିଲାମିରେ ଦଶ ଟିମ ଭିତରେ ବଡ ବଡ ଖେଳାଳିଙ୍କୁ ନିଜ ଟିମରେ ସାମିଲ କରିବାକୁ ଚାଲିଛି ଲଢେଇ। ନିଲାମରେ ପଞ୍ଜାବ କିଙ୍ଗ୍ସ ସେମ କରନଙ୍କ ପାଇଁ ଆଇପିଏଲ ଇତିହାସରେ ସବୁଠାରୁ ବଡ ନିଲାମି ଡାକିଛି।  ସେମଙ୍କ ପାଇଁ ୧୮.୫୦ କୋଟି ଟଙ୍କାର ନିଲାମି ଡକା ଯାଇଛି। ସେହିପରି ସନରାଇଜର୍ସ ହାଇଦ୍ରାବାଦ ଇଂଲଣ୍ଡର ହେରୀ ବ୍ରୁକଙ୍କୁ ୧୩.୨୫ କୋଟିରେ କିଣିଛି।

ଚଳିତ ଆଇପିଏଲ ପାଇଁ ୪୦୫ ଖେଳାଳିମାନଙ୍କୁ ନେଇ ନିଲାମି ଚାଲିଛି। ନିଲାମ ଲଗାଇବାକୁ ସନରାଇଜର୍ସ ହାଇଦ୍ରାବାଦ ନିକଟରେ ସବୁଠାରୁ ଅଧି ଅର୍ଥ ରହିଥିବା ବେଳେ କେକେଆର ତା ପଛକୁ ଆର୍ଥିକ ସ୍ବଚ୍ଛଳତା ବର୍ଗରେ ରହିଛି।

ଆଇପିଏଲ ୨୦୨୩ର ୧୬ ତମ ସଂସ୍କରଣରେ ମୋଟ ୧୦ଟି ଟିମ ଭାଗ ନେଉଥିବା ବେଳେ ପ୍ରତି ଟିମରେ ୧୮ରୁ ୨୫ ଜଣ ଖେଳାଳି ରହିପାରନ୍ତି, ଯେଉଁଥିରେ ୮ ବିଦେଶୀ ଖେଳାଳି ରହିପାରନ୍ତି। ନିଲାମିର ପ୍ରଥମ ଧାଡିରେ ନ୍ୟୁଜିଲ୍ୟାଣ୍ଡର କ୍ୟାପ୍ଟେନ କେନ ୱିଲିୟମ୍ସନ ରହିଛନ୍ତି। ତାଙ୍କ ବେସ ପ୍ରାଇସ ଦୁଇ କୋଟି ଟଙ୍କା ରହିଛି। ସେହିପରି ଭାରତର ମୟଙ୍କ ଅଗ୍ରୱାଲଙ୍କ ଉପରେ ହାଇଦ୍ରାବାଦ ମୋଟା ଅଙ୍କର ନିଲାମ ଡାକିଛି। ମୟଙ୍କକୁ ୮.୨୫ କୋଟିରେ କିଣିଛି ହାଇଦ୍ରାବାଦ।

ଏହି ନିଲାମିରେ ଆଫଗାନିସ୍ଥାନର ୧୫ ବର୍ଷୀୟ ଅଲ୍ଲାହ ମୋହମ୍ମଦ ସବୁଠାରୁ କନିଷ୍ଠ ଖେଳାଳି ହୋଇଥିବା ବେଳେ ତାଙ୍କ  ମୂଲ୍ୟ ୨୦ ଲକ୍ଷ ରଖାଯାଇଛି। ସେହିପରି ଆଇପିଏଲର ତିନି ଥରର ହାଟ୍ରିକ ନେଇଥିବା ୪୦ ବର୍ଷୀୟ ଅମିତ ମିଶ୍ରା ସବୁଠାରୁ ବୟସ୍କ ଖେଳାଳି ହୋଇଛନ୍ତି।

ଆଇପିଏଲ ଇତିହାସରେ କିଛ ଖେଳାଳିଙ୍କ ଉପରେ ସବୁଠାରୁ ବଡ ନିଲାମ ଲାଗିଛି। ଏଥିରେ ୨୦୨୧ରେ ରାଜସ୍ଥାନ ରୟଲ୍ସ କ୍ରିସ ମୋରିସଙ୍କୁ ୧୬.୨୫ କୋଟି ଟଙ୍କାରେ କିଣିଥିବା ବେଳେ ୨୦୧୫ରେ ଦିଲ୍ଲୀ କ୍ୟାପିଟାଲ୍ସ ଯୁବରାଜ ସିଂହଙ୍କୁ ୧୬ କୋଟିରେ ନେଇଥିଲା। ୨୦୧୯ରେ ଦିନେଶ କାର୍ତ୍ତିଙ୍କୁ ଆରସିବି ୧୦.୫କୋଟିରେ କିଣିଥିଲା। ସେହିପରି ୨୦୨୦ରେ ପଞ୍ଜାବ କିଙ୍ଗସ ବରୁଣ ଚକ୍ରବର୍ତ୍ତୀଙ୍‌କୁ ୮.୪ କୋଟି, ୨୦୨୧ରେ ଶିମରନ ହେଟମାୟରଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ ୭.୭୫ କୋଟିରେ, ୨୦୨୧ରେ ପଞ୍ଜାବ କିଙ୍ଗସ ୧୪ କୋଟି ଟଙ୍କାରେ କିଣିଥିଲା।

Related Articles

Leave a Reply

Your email address will not be published.

Back to top button