କୋର୍ଟ

ସମସ୍ତ ମାମଲା ଦିଲ୍ଲୀ ଟ୍ରାନ୍ସଫର କରିବାକୁ ସର୍ବୋଚ୍ଚ କର୍ଟୋଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ପୈଗମ୍ବର ମହମ୍ମଦଙ୍କ ଉପରେ ବିବାଦୀୟ ବୟାନ ଦେବା ମାମଲାରେ ନୂପୁର ଶର୍ମାଙ୍କୁ ସୁପ୍ରିମ କୋର୍ଟରୁ ଆଶ୍ୱସ୍ତି । ତାଙ୍କ ବିରୋଧରେ ଦେଶ ବ୍ୟାପୀ ବିଭିନ୍ନ ସ୍ଥାନରେ ଦାୟର ସମସ୍ତ ମାମଲାକୁ ଦିଲ୍ଲୀକୁ ଟ୍ରାନ୍ସଫର କରିବା ସହ ଦିଲ୍ଲୀ ପୁଲିସ ଏହାର ଯାଞ୍ଚ କରିବାକୁ କୋର୍ଟ ଦେଇଛନ୍ତି ନିର୍ଦ୍ଦେଶ ।
ତାଙ୍କ ବିରୋଧରେ ହୋଇଥିବା ଏଫଆଇଆରସବୁକୁ ରଦ୍ଦ କରିବାକୁ ଦିଲ୍ଲୀ ହାଇକୋର୍ଟରେ ଯାଚିକା ଦାଖଲ କରିବାକୁ ସୁପ୍ରିମ କୋର୍ଟ ନୂପୁର ଶର୍ମାଙ୍କୁ କହିଛନ୍ତି । କୋର୍ଟ ଏହି ମାମଲାରେ ଆହୁରି କହିଛନ୍ତି କି, ନୂପୁର ଶର୍ମା ଙ୍କ ଜୀବନ ପ୍ରତି ବିପଦ ରହିଛି । ତେଣୁ ସମସ୍ତ ମାମଲାକୁ ଦିଲ୍ଲୀ ସ୍ଥାନାନ୍ତର କରାଯାଉଛି । ଦିଲ୍ଲୀ ପୁଲିସ ଉଚ୍ଚ ପ୍ରଶିକ୍ଷିତ ହୋଇଥିବାରୁ ସମସ୍ତ ମାମଲାର ଯାଞ୍ଚ ପାଇଁ ସମର୍ଥ ବୋଲି କୋର୍ଟ କହିଛନ୍ତି ।

Related Articles

Leave a Reply

Your email address will not be published.

Back to top button