କୋର୍ଟ

କିଏ ଅସଲି: ସୁପ୍ରିମକୋର୍ଟରୁ ଉଦ୍ଧବ ନରାଶ

ନୂଆଦିଲ୍ଲୀ: ଶିବସେନାର ଉଦ୍ଧବ ଠାକରେ ଗ୍ରୁପକୁ ବଡ ଝଟକା। ପ୍ରକୃତ ଶିବସେନା କିଏ, ଉଦ୍ଧବ ଠାକରେ ଗୋଷ୍ଠୀ ନା ଏକନାଥ ସିଂହ ଗୋଷ୍ଠୀ। ସୁପ୍ରିମ କୋର୍ଟର ୫ ଜଣିଆ ଖଣ୍ଡପୀଠରେ ମାମଲା ଶୁଣାଣି ହୋଇଛି। ସୁପ୍ରିମ କୋର୍ଟ ନିର୍ବାଚନ ଚିହ୍ନକୁ ନେଇ ଉଦ୍ଧବଙ୍କ ଯାଚିକାକୁ ଖାରଜ କରି ଦେଇଛନ୍ତି। ଖଣ୍ଡପୀଠ କହିଛନ୍ତି,  ନିର୍ବାଚନ ଆୟୋଗର କାର୍ଯ୍ୟଧାରା ଉପରେ କୌଣସି ପ୍ରତିବନ୍ଧକ ଲାଗିବ ନାହିଁ।

କିଏ ପ୍ରକୃତ ଶିବସେନା, କାହା ନିକଟରେ ରହିବ ଶିବସେନାର ନିର୍ବାଚନୀ ଚିହ୍ନ? ଏହାକୁ ନେଇ ୫ ଘଣ୍ଟା ଧରି ଶୁଣାଣି ହୋଇଥିଲା। ଜଷ୍ଟିସ ହି ୱାଇ ଚନ୍ଦ୍ରଚୂଡଙ୍କ ନେତୃତ୍ବରେ ପାଞ୍ଚ ଜଣିଆ ବିଚାରପତି ଶୁଣାଣି କରିଛନ୍ତି। ତେବେ ସମସ୍ତ ଯୁକ୍ତି ଶୁଣିବା ପରେ ସୁପ୍ରିମ କୋର୍ଟ ଉଦ୍ଧବଙ୍କୁ ନିରାଶ କରିଛନ୍ତି। କିଏ ପ୍ରକୃତ ଶିବସେନା ତାର ନିଷ୍ପତ୍ତି ନିର୍ବାଚନ ଆୟୋଗଙ୍କୁ ନେବାକୁ କହିଛନ୍ତି।

ଗତ ଶୁଣାଣି କାଳରେ ଜଷ୍ଟିସ ଚନ୍ଦ୍ରଚୂଡ କହିଥିଲେ, ସବୁଠାରୁ ବଡ ପ୍ରଶ୍ନ ଯେ, ଏହି ମାମଲାରେ ନିର୍ବାଚନ ଆୟୋଗଙ୍କ ପରିସୀମା ନିର୍ଦ୍ଧାରଣ କରାଯିବ। କିନ୍ତୁ ଆଉ ଏକ ପ୍ରଶ୍ନ କି, କଣ ନିର୍ବାଚନ ଆୟୋଗ ଆଗକୁ ବଢିବାକୁ ଚାହିଁ ନାହାନ୍ତି, ଯଦି ଏପରି ତେବେ ଏହି ଯାଚିକା ଉପରେ ଆମେ ବିଚାର କରି ପାରିବୁ।

ଉଦ୍ଧବଙ୍କ ପକ୍ଷରୁ କପିଲ ସିବଲ କହିଥିଲେ କି, ୧୦ମ ଅନୁସୂଚୀ ଅନ୍ତର୍ଗତ ପାର୍ଟିରେ ସୃଷ୍ଟ ଫାଟର ନିଷ୍ପତ୍ତି ଆୟୋଗ କିପରି ନେଇ ପାରିବେ। ଏହା ଏକ ପ୍ରଶ୍ନ କି  କେଉଁ ଆଧାରରେ ଆୟୋଗ ନିକଟକୁ ଯାଇଥିଲେ? କୋର୍ଟଙ୍କ ନିଷ୍ପତ୍ତି କରିବାକୁ ଅଛି ଯେପର୍ଯ୍ୟନ୍ତ ବିଧାୟକଙ୍କ ଅଯୋଗ୍ୟତା ଉପରେ ସୁପ୍ରିମ କୋର୍ଟ ନିଷ୍ପତ୍ତି ନେଉ ନାହାନ୍ତି ତା ଉପରେ ଆୟୋଗ ନିର୍ବାଚନ ଆୟୋଗ ଚିହ୍ନ ଉପରେ ଚୂଡାନ୍ତ ନିଷ୍ପତ୍ତି ନେଇ ପାରିବେ?

ଏହାକୁ ନେଇ ସିନ୍ଧେ କ୍ୟାମ୍ପ ପକ୍ଷରୁ ନିରଜ କିଶନ କୌଲ କହିଲେ କି, ନିର୍ବାଚନ ଆୟୋଗର ସମ୍ମୁଖରେ ନିର୍ବାଚନ ଚିହ୍ନ ଉପରେ କାର୍ଯ୍ୟାନୁଷ୍ଠାନ ଉପରେ କୌଣସି ନେଣ ଦେଣ ନାହିଁ। ସୁପ୍ରିମକୋର୍ଟରେ ସ୍ପିକରଙ୍କ ଶକ୍ତି ଉପରେ ଶୁଣାଣି ହେଉଛି ଯାହା ନିର୍ବାଚନ ଆୟୋଗର କାର୍ଯ୍ୟାନୁଷ୍ଠାନ ଠାରୁ ଅଲଗା।

ଜଷ୍ଟିସ ଚନ୍ଦ୍ରଚୂଡ ସିବଲଙ୍କୁ ପଚାରିଥିଲେ କି, ସିନ୍ଦେ ନିର୍ବାଚନ ଆୟୋଗ  ନିକଟରେ କେବେ ଅପିଲ କରିଥିଲେ ଓ କେଉଁ ଆଧାରରେ। ସଦନର ସଦସ୍ୟ ଭାବେ ନା ପାର୍ଟିର ସଦସ୍ୟ ଭାବେ? ସିବଲ କହିଥିଲେ ନିର୍ବାଚିତ ସଦସ୍ୟ ରୂପେ। ପୂରା ବିବାଦର ଆରମ୍ଭ ଜୁନ ୨୦ରୁ ହୋଇଥିଲା, ଯେତେବେଳେ ଶିବସେନାର ଏକ ବିଧାୟକ ଗୋଟିଏ ସିଟ ହାରିଗଲେ।ବିଧାୟକ ଦଳର ବୈଠକ ଡକାଗଲା। ପୁଣି ସେସବୁରୁ କିଛି ଗୁଜୁରାଓ ଓ ଗୁଆହାଟି ଚାଲିଗଲେ। ସେମାନଙ୍କୁ ଉପସ୍ଥିତ ହେବାକୁ ଡକା ଯାଇଥିଲା ଓ ଯେତେବେଳେ ସେମାନେ ଥରକ ପାଇଁ ଉପସ୍ଥିତ ନହେଲେ ସେମାନଙ୍କୁ ପଦରୁ ହଟାଇ ଦିଆଗଲା। ପରେ ସେମାନେ ଫେରି ଆସିଲେ ଓ ବିଜେପି ସହ ଅଲଗା ସରକାର ଗଢିଲେ।

Related Articles

Leave a Reply

Your email address will not be published.

Back to top button