ଜାତୀୟ

କ୍ୟାବିନେଟ ସଚିବ ରାଜୀବ ଗୌବାଙ୍କ ଚାକିରି ବର୍ଷେ ବଢିଲା

ନୂଆଦିଲ୍ଲୀ : କେନ୍ଦ୍ର ସରକାର କ୍ୟାବିନେଟ ସଚିବ ରାଜୀବ ଗୌବାଙ୍କୁ ଏକବର୍ଷର ସେବା ବିସ୍ତାର ଦେଇଛନ୍ତି । ତାଙ୍କ କାର୍ଯ୍ୟକାଳ ୩୦ ଅଗଷ୍ଟକୁ ସମାପ୍ତ ହେବାକୁ ଯାଉଥିଲା ।

କେନ୍ଦ୍ରୀୟ ମନ୍ତ୍ରିମଣ୍ଡଳର ନିଯୁକ୍ତି ମାମଲାର ସମିତି ୧୯୮୨ ବ୍ୟାଚ୍ର ଝାରଖଣ୍ଡ କ୍ୟାଡରର ଆଇଏଏସ୍ ଅଧିକାରୀ ଗୌୱାଙ୍କ ଏକବର୍ଷର ସେବା ବିସ୍ତାରକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଗୌୱାଙ୍କୁ ଲଗାତାର ତୃତୀୟ ଥର ସେବା ବିସ୍ତାର ଦିଆଯାଇଛି । ୨୦୧୯ରେ ତାଙ୍କ ନିଯୁକ୍ତି ଦୁଇବର୍ଷ ପାଇଁ କରାଯାଇଥିଲା । ଏହାପରେ ୨୦୨୧ ଏବଂ ଅଗଷ୍ଟ ୨୦୨୨ରେ ତାଙ୍କୁ ସେବା ବିସ୍ତାର ଦିଆଯାଇଥିଲା ।

Related Articles

Leave a Reply

Your email address will not be published.

Back to top button