ଓଡ଼ିଶା

୧୦ ବର୍ଷରେ ୭୮୪ ହାତୀଙ୍କ ମୃତ୍ୟୁ

() ବଢୁଛି ହାତୀ ମୃତ୍ୟୁ ସଂଖ୍ୟା l ୧୦ ବର୍ଷରେ ଗଲାଣି  ୭୮୪ ହାତୀଙ୍କ ଜୀବନ l ସୁରକ୍ଷିତ ନାହାଁନ୍ତି ଗଜରାଜ l ସୁରକ୍ଷା ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ କରାଯାଉଥିବା ବିଭାଗୀୟ ମନ୍ତ୍ରୀ ପ୍ରତିକ୍ରିୟା ରଖିଥିବା ବେଳେ ଶିମିଳିପାଳ ହାତୀ ପୋଡ଼ିବା ପ୍ରସଙ୍ଗରେ ଚାଲିଛି ତଦନ୍ତ l ୩ ଜଣ ବନ କର୍ମଚାରୀଙ୍କୁ ସସ୍ପେଣ୍ଡ କରାଯାଇଥିବା ବେଳେ ଓୟୁଏଟି ରୁ ରିପୋର୍ଟ ଆସିବା ପରେ ହେବ ସମ୍ପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ବୋଲି କହିଛନ୍ତି ବନ୍ୟପ୍ରାଣୀ ପିସିସିଏଫ

ଗଜରାଜଙ୍କ ପାଇଁ ଅସୁରକ୍ଷିତ ହୋଇ ପଡିଛି ଶିମିଳିପାଳ ୧୨ ବର୍ଷରେ ୧୯ ମୃତ ହାତୀ l ବନ କର୍ମଚାରୀଙ୍କ କାର୍ଯ୍ୟକୁ ନେଇ ପ୍ରଶ୍ନ କେଉଁଠି ଶିକାର ତ କେଉଁଠି ବିଦ୍ୟୁତ ଆଘାତରେ ହାତୀଙ୍କ ମୃତ୍ୟୁ l ନିକଟରେ ଶିମିଳିପାଳରେ ହାତୀକୁ ପୋଡ଼ି ପାଣିରେ ଫୋପାଡ଼ି ଦେବା ଘଟଣା ସମସ୍ତଙ୍କୁ ବ୍ୟଥିତ କରିଛି ସମ୍ପୃକ୍ତି ଅଭିଯୋଗରେ ଜଣ ବନ କର୍ମଚାରୀ ମଧ୍ୟ ସସ୍ପେଣ୍ଡ ହୋଇଛନ୍ତି l ଯେଉଁମାନଙ୍କ ସମ୍ପୃକ୍ତି ରହିଛି ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉଭୟ ବିଭାଗୀୟ ମନ୍ତ୍ରୀ ଓ ପିସିସିଏଫ କହିଛନ୍ତି l

ସେପଟେ ଜଳାଶୟରୁ ମିଳିଥିବା ମୃତ ହାତୀର ହାଡ଼ ସଂଗ୍ରହ କରାଯାଇ ଓୟୁଏଟିକୁ ପଠାଯାଇଛି l ରିପୋର୍ଟ ଆସିବା ପରେ ହିଁ ସତ ଜଣାପଡିବ l ସେପଟେ ସତ ଆସିବା ପରେ  ବନ୍ୟପ୍ରାଣୀ ନିରାପତ୍ତା ଆଇନ ଅନୁଯାୟୀ ମାମଲା ରୁଜୁ କରାଯିବ ବୋଲି ପ୍ରତିକ୍ରିୟା ରଖିଛନ୍ତି ପିସିସିଏଫ l ସେପଟେ ଆଠଗଡ଼ ବନଖଣ୍ଡରୁ ହାତୀ କଙ୍କାଳ ମିଳିବା ଘଟଣାରେ ଟାସ୍କ ଫୋର୍ସ ଗଠନ କରାଯାଇ ତଦନ୍ତ ଚାଲିଛି । ଅନଗୁଳ RCCFଙ୍କ ନେତୃତ୍ବରେ ଗଠିତ ଟିମ ତଦନ୍ତ ରିପୋର୍ଟ ଦେବାପରେ ଏହାକୁ ସରକାରଙ୍କ ପାଖରେ ରଖାଯିବ ବୋଲି କହିଛନ୍ତି ପିସିସିଏଫ ।

ବିଧାନସଭାରେ ହାତୀ ମୃତ୍ୟୁ ତଥ୍ୟ ଉଦବେଗଜନକ l ଗତ ୧୦ବର୍ଷରେ ୭୮୪ ହାତୀଙ୍କ ମୃତ୍ୟୁ ଘଟିଛି l ସେଥିରୁ ବିଦ୍ୟୁତ ଆଘାତ, ଶିକାର, ବିଷ ପ୍ରୟୋଗ ଓ ରେଳ ଦୁର୍ଘଟଣାରେ ୧୭୯ ଜନଙ୍କ ମୃତ୍ୟୁ ଘଟିଛି l ୧୫ ବର୍ଷରେ ମାତ୍ର ୧୩୫ ହାତୀ ସଂଖ୍ୟା ବୃଦ୍ଧି ହୋଇଥିବା ରିପୋର୍ଟରେ ଦର୍ଶା ଯାଇଛି l ୨୦୦୨ ଗଣନା ଅନୁଯାୟୀ ରାଜ୍ୟରେ ୧୮୪୧ ହାତୀ ଥିବା ବେଳେ ୨୦୧୭ ଗଣନା ବା ଶେଷ ଗଣନା ଅନୁଯାୟୀ ରାଜ୍ୟର ବିଭିନ୍ନ ବନଖଣ୍ଡରେ ୧୯୭୬ ଗୋଟି ହାତୀ ଥିବା ଜଣାପଡିଛି l ସେପଟେ ଗତ ୩ବର୍ଷରେ ୨୪୫ ହାତୀଙ୍କ ମୃତ୍ୟୁ ଘଟିଛି ସେଥି ମଧ୍ୟରୁ ୬ଗୋଟି ହାତୀଙ୍କର ଶିକାର ପାଇଁ ମୃତ୍ୟୁ ଘଟିଥିବା ଗୃହରେ ତଥ୍ୟ ଦିଆଯାଇଛି l ଜଙ୍ଗଲ ଭିତରେ ହାତୀମାନଙ୍କୁ ଆବଧ କରିବା ପାଇଁ ବିଭିନ୍ନ ଯୋଜନା କରାଯାଉଛି l ଅଧିକ ଜଙ୍ଗଲ ସୃଷ୍ଟି କରାଯାଇଛି ଓ ସେହି ଜଙ୍ଗଲରେ ପାଣି ପାଇଁ ପୋଖରୀ ଖନନ କରାଯିବା ସହ ଅନ୍ୟାନ୍ୟ ଆବଶ୍ୟକତା ଗ୍ରହଣ କରାଯାଇଛି l ଯେପରି ହାତୀ ମାନେ ସୁରକ୍ଷିତ ରହିପାରିବେ ଓ ହାତୀ ଶିକାର ଖବର ଆସିଲେ, ଉପରୁ ତଳ ଯାଏ ଯେଉଁ କର୍ମଚାରୀ ସମ୍ପୃକ୍ତ ରହୁଛନ୍ତି, ସେମାନଙ୍କ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିକ୍ରିୟା ରଖିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ l

ଖାଲିଯେ ହାତୀ ମୃତ୍ୟୁ ଚିନ୍ତାଜନକ ତା ନୁହେଁ ବରଂ ଗତ ୩ ବର୍ଷ ଭିତରେ ୧୩୪୭ ଗୋଟି ଅନ୍ୟ ବନ୍ୟଜନ୍ତୁ ମାନଙ୍କ ଜୀବନ ଯାଇଛି l ସେଥିରୁ ୫୨୩ ଗୋଟି ଅନ୍ୟାନ ବନ୍ୟଜନ୍ତୁଙ୍କର ଶିକାର ଯୋଗୁଁ ମୃତ୍ୟୁ ହୋଇଥିବା ଜଣାପଡିଛି l

ସିମ୍ପୁଲ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published.

Back to top button