ବିଶ୍ୱ

ଇରାକରେ ଶ୍ରୀଲଙ୍କା ଭଳି ବିରୋଧ ପ୍ରଦର୍ଶନ

ଶ୍ରୀଲଙ୍କାର ଘଟଣାର ପୁନରାବୃତ୍ତି ହେବାକୁ ଯାଉଛି । ଇରାକରେ ଶ୍ରୀଲଙ୍କା ଭଳି ବିରୋଧ ପ୍ରଦର୍ଶନ ଦେକିବାକୁ ମିଳିଛି । ବାଗଦାଦରେ ହଜାର ହଜାର ସଂଖ୍ୟାରେ ପ୍ରଦର୍ଶନକାରୀ ସଂସଦ ଭବନକୁ କବଜା କରିନେଇଛନ୍ତି । ଅଧିକାଶଂ ବିକ୍ଷୋଭକାରୀ ଇରାକର ଶିୟା ନେତା ମୁକତଦା ଅଲ ସଦରଙ୍କ ସମର୍ଥକ । ଏମାନେ ଇରାନ ସମର୍ଥିତ ପାର୍ଟୀ ଦ୍ୱାରା ପ୍ରଧାନମନ୍ତ୍ରୀ ତଥା ପୁର୍ବତନ ମନ୍ତ୍ରୀ ଓ ଗଭର୍ଣର ମହମ୍ମଦ ଶିୟା ଅଲ୍ ସୁଦାନୀଙ୍କ ପ୍ରାଥୀତ୍ୱକୁ ବିରୋଧ କରିଛନ୍ତି । ପ୍ରଦର୍ଶନକାରୀ ବାଗଦାଦରେ ଗ୍ରୀନ ଜୋନ ସରକାରୀ ଭବନକୁ ଅକ୍ତିଆର କରିଛନ୍ତି । ଯାହା ପରେ ସେମାନେ ସଂସଦ ଭବନ ଭିତରକୁ ଧସେଇ ପସିଯାଇଥିଲେ । ସେହି ସମୟରେ ସଂସଦ ଭବନରେ କେହି ଉପସ୍ଥିତ ନଥିଲେ ।

କେବଳ ସୁରକ୍ଷା କର୍ମୀ ସେହି ସମୟରେ ଉପସ୍ଥିତ ଥିଲେ ଏବଂ ସେମାନେ ପ୍ରଦର୍ଶନକାରୀଙ୍କୁ ସହଜରେ ଭିତରକୁ ଯିବାକୁ ଦେଇଥିଲେ । ପ୍ରଦର୍ଶନକାରୀଙ୍କ ହାତରେ ଶିୟା ନେତା ଅଲ୍ ସଦରଙ୍କ ଫୋଟୋ ଧରିଥିବା ଦେଖିବାକୁ ମିଳିଥିଲା । ଏହା ଭିତରେ ବିକ୍ଷୋଭକାରୀ “ଅଲ୍ ସୁଦାନୀ ଆଉଟ” ର ନାରାବାଜୀ ମଧ୍ୟ୍ୟ ଲଗାଇଥିଲେ । ବିରୋଧ ପ୍ରଦର୍ଶନକୁ ଦେଖି ଦେଶର କାମଚଳା ପ୍ରଧାନମନ୍ତ୍ରୀ ମୁସ୍ତଫା ଅଲ୍ କଦିମୀ ପ୍ରଦର୍ଶନକାରୀ ଙ୍କୁ ଗ୍ରୀନ ଜୋନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସୂଚନା ଆଧାରରେ ଗତ ବର୍ଷ ଅକ୍ଟୋବର ମାସରେ ହୋଇଥିବା ସାଧାରଣ ନିର୍ବାଚନରେ ଅଲ୍ ସଦରଙ୍କ ପାର୍ଟି ମୋଟ ୩୨୯ ଆସନରୁ ୭୩ ଆସନ ଜିତିଥିଲେ । କିନ୍ତୁ ଇରାକର ରାଷ୍ଟ୍ରପତି ହେବା ପାଇଁ ସେ ବହୁମତ ସାବ୍ୟସ୍ତ କରିପାରିନଥିଲେ ।

ଯେଉଁ କାରଣରୁ ମୁକତଦା ଅଲ୍ ସଦର ସରକାର ଗଠନ ପାଇଁ ଆଲୋଚାନ କରିବାରୁ ନିଜକୁ ଦୁରେଇ ରଖିଥିଲେ । ଏହା ପୁର୍ବରୁ ଶ୍ରୀଲଙ୍କାରେ ବିକ୍ଷୋକ୍ଷକାରୀ ରାଷ୍ଟ୍ରପତି ଭବନକୁ କବଜା କରିନେଇଥିଲେ । ଯାହା ପରେ ରାଷ୍ଟ୍ରପତି ଗୋୟାବାୟା ରାଜପକ୍ଷେ ପଳାୟନ କରିଥିଲେ ଏବଂ ପରେ ଇସ୍ତଫା ଦେଇଥିଲେ l

  • ସ୍ମରଜିତ ଆର୍ୟ୍ୟଙ୍କ ରିପୋର୍ଟ

Related Articles

Leave a Reply

Your email address will not be published.

Back to top button