ଓଡ଼ିଶା

ହାତୀ ଉପଦ୍ରବରେ ଅତିଷ୍ଠ ଚାଷୀ

ଢେଙ୍କାନାଳ: ହାତୀ ଉପଦ୍ରଵ ରେ ଅତିଷ୍ଠ ହେଲେଣି ଚାଷୀ।  ସୋଲାର ବାଡ଼ ଭାଙ୍ଗି ଏକର ଏକର ଧାନ ଓ ପନିପରିବା ଫସଲ ନଷ୍ଟ କରୁଛନ୍ତି। ହେଲେ ନିରବ ଦ୍ରଷ୍ଟା ସାଜିଛି ବନ ବିଭାଗ।  କ୍ଷତିପୂରଣ ପାଇଁ ଚାଷୀମାନେ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି ତଥାପି ମିଳୁନି କ୍ଷତିପୂରଣ ।

ଢେଙ୍କାନାଳ ବନଖଣ୍ଡ ମହାବୀରରୋଡ଼ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ପାଳ ସାହି ଗାଁ। ଗାଁ ରେ ସମସ୍ତେ ଧାନ ଓ ପନିପରିବା ଚାଷ କରି ପରିବାର ପ୍ରତିପୋଷଣ କରନ୍ତି। କିନ୍ତୁ କିଛି ବର୍ଷ ହେଵ  ହାତୀପଲ  ଏହି ଅଂଚଳରେ ବ୍ୟାପକ ଧାନ ଓ ପନିପରିବା ନଷ୍ଟ କରି ଆସୁଛନ୍ତି। ଯେଉଁଥିପାଇଁ,  ଚଳିତବର୍ଷ ଚାଷୀମାନେ ବାଧ୍ୟ ହୋଇ ଫସଲ ସୁରକ୍ଷା ପାଇଁ ଧାର କରଜ କରି, କ୍ଷେତ ଚତୁପାର୍ଶ୍ଵରେ  ସୋଲାର ବାଡ଼ ଦେଇଛନ୍ତି ।  କିନ୍ତୁ ୩୦ ଟିକିଆ ହାତୀପଲ ଆସି  ସୋଲାର ବାଡ଼ ଭାଙ୍ଗିବା ସହ ଏକର ଏକର ଧାନ ଓ ପନିପରିବା ଫସଲ ନଷ୍ଟ କରିଛନ୍ତି। ତେବେ ହାତୀ ପଲ ଦିନ ତମାମ ବିଲ ନିକଟରେ ରହୁ ଥିବା ବେଳେ, ସନ୍ଧ୍ୟା ହେଲେ କ୍ଷେତରେ ପଶି ଫସଲ ନଷ୍ଟ କରୁଛନ୍ତି। ଯାହା ଚାଷୀର ଚିନ୍ତାକୁ ଦ୍ବିଗୁଣିତ କରିଛି।

ସେପଟେ ବନ ବିଭାଗ  ମଧ୍ୟ ହାତୀଙ୍କ ଗତି ପଥ ଉପରେ ନଜର ରଖୁନି।  ହାତୀ ଉପଦ୍ରଵ ରୋକିବା ପାଇଁ ଠୋସ, ପଦକ୍ଷେପ ନେଉ ନଥିବା କାରଣ ରୁ ଚାଷରୁ ମୁହଁ ଫେରାଉଛନ୍ତି  ଚାଷୀ। ତୁରନ୍ତ ହାତୀ ପଲଙ୍କୁ ଅନ୍ୟତ୍ର ଘଉଡ଼ାଇବା ସହ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷୟ କ୍ଷତିର ଆକଳନ କରି କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି ସ୍ଥାନୀୟ ସରପଞ୍ଚ।

Leave a Reply

Your email address will not be published.

Back to top button