ଜାତୀୟଭାଇରାଲ୍

ବହୁ କଷ୍ଟ ପରେ ସେଲଫି ଗୋଟେ ନେଲେ…

ସେଲଫି ମାନିଆ ର ମାୟାରେ ସମସ୍ତେ ବାୟା । ଛୁଆ ଠାରୁ ବଡ ପର୍ଯ୍ୟନ୍ତ ସେଲଫି ନେବା ପାଇଁ ସମସ୍ତେ ବ୍ୟାକୁଳ । ସେଲଫି ନେବା ପାଇଁ ସ୍ଥାନ କାଳ ପାତ୍ର କିଛି ନାହିଁ । ୟିଏ ଯେଉଁଠି ପାରିଲା ସେଲଫି ଉଠାଇଲା । ସେଲଫି ନେବା ପାଇଁ ନା ଅନୁମତି ଦରକାର ନା ରହିଛି କଟକଣା । ସୁଖଃ ହେଉ କି ଦୁଖଃ ସେଲଫି ନେବା ଏକ ମାନସିକତାରେ ପରିଣତ ହେଲାଣି । ସେଲଫି ଏମତି ଭାଇରାଲ ହୋଇଛି ଯେ ୭ କୋଟି ଲୋକ ଦେଖିଲେଣି । କେମିତି ହୋଇଛି ଏହି ସେଲଫି ନଦେଖିଲେ ବିଶ୍ବାସ କରିହେବ ନାହିଁ ।


ହୃଦୟ କୁ ଛୁଇଁଲା ଭଳି ଘଟଣା । ଦେଖିଲେ ହୃଦୟ ତରଳି ଯିବ । ମ୍ୟାଥ୍ୟୁ ବେନି ଇନଷ୍ଟାଗ୍ରାମ ବ୍ୟାବହାରକାରୀ । ନିଜ ଇନଷ୍ଟା ଆକାଉଣ୍ଟରେ ହାର୍ଟ ର ଇମୋଜି ସହ ଏକ ଭିଡିଓ କ୍ଲିପ ସେୟାର କରିଛନ୍ତି । ଏହା କଣ ତୁମେ ପଚାର । ସର୍ଟ କ୍ଲିପ ରେ ଜନଗହଳିପୁର୍ଣ ମେଟ୍ରୋ ଟ୍ରେନ ଭିତରେ ନିଡଜ ପତ୍ନୀ ଙ୍କ ସେଲଫି ଚୋରି କରିବା ପାଇଁ ସତର୍କତାର ସହ ଉଦ୍ୟମ କରୁଛନ୍ତି ।


ମେଟ୍ରୋ ଟ୍ରେନ ରେ ଦମ୍ପତ୍ତି ଯାତ୍ରା କରୁଛନ୍ତି । ପ୍ରବଳ ଭିଡ ରେ ମହିଳା ଜଣଙ୍କ ତାଙ୍କ ଦୁପଟ୍ଟା ଠିକ କରିବାକୁ ଲାଗିଥିବା ବେଳେ ଚତୁରତାର ସହ ସେଲଫି ନେବାକୁ ଚେଷ୍ଟା କରୁଛନ୍ତି ତାଙ୍କ ସ୍ବାମୀ । ଚେଷ୍ଟା ବେକାର ଗଲାନି ସଫଳ ମଧ୍ୟ୍ୟ ହେଲେ । ଏହି ଦୃଶ୍ୟ କୁ ୭ କୋଟି ଲୋକ ଦେଖି ସାରିଲେଣି । ଘଟଣା ଟି ଦେଖିବା ପାଇଁ ବେଶ ମଜାଦାର ।

Related Articles

Leave a Reply

Your email address will not be published.

Back to top button