Kendujhar

କେନ୍ଦୁଝରରେ ପୋଲିସ୍ କନେଷ୍ଟବଳ ପ୍ରେମାନନ୍ଦ ନାଏକଙ୍କ ଆତ୍ମହତ୍ୟା 

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍ ଅନ୍ତର୍ଗତ ହାତିନୋଟା ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା | ଗତକାଲି ରାତି ଗାଁର ପ୍ରେମାନନ୍ଦ ନାଏକ ତାଙ୍କ ଘର ପାଖରେ ଥିବା ସୁଜୁନା ଗଛରେ ବେକରେ ଚୁନି ବାନ୍ଧି ଆତ୍ମହତ୍ୟା କରିଛନ୍ତି | ପ୍ରେମାନନ୍ଦ ପୋଲିସ୍ କନେଷ୍ଟବଳ (ଏ.ଏସ୍.ଏ.ପି) ପୋଷ୍ଟରେ କାର୍ଯ୍ୟରତ ଥିଲେ | ତାଙ୍କର ୫-୬ ବର୍ଷପୂର୍ବେ ବିବାହ ହୋଇଥିବା ବେଳେ ତାଙ୍କର ୫ ବର୍ଷର ପୁଅଟିଏ ଅଛି ଏବଂ ଏବଂ ଦୁଇ ବର୍ଷର ଛୋଟ ଝିଅଟିଏ ମଧ୍ୟ ଅଛି | ତେବେ ଦୀର୍ଘଦିନ ହେବା ଘରକୁ ଆସିଥିବା ପ୍ରେମାନନ୍ଦ ଗତକାଲି ରାତି କାହିଁକି ଆତ୍ମହତ୍ୟା କଲା ତାହା ଅସ୍ପଷ୍ଟ ଥିବା ବେଳେ ପୋଲିସ୍ ଘଟଣାସ୍ଥଳରେ ପହଂଚି ଶବଟିକୁ ଉଦ୍ଧାର କରି ତଦନ୍ତ ଚଲାଇଛି |

Related Articles

Leave a Reply

Your email address will not be published.

Back to top button