ରାଜ୍ୟ

କ୍ରିକେଟ ମୈଦାନକୁ ଓହ୍ଲେଇବେ ସୌରବ ଗାଙ୍ଗୁଲି

ପୁଣି ମୈଦାକୁ ଓହ୍ଲାଇବେ ସୌରଭ ଗାଙ୍ଗୁଲି। ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନର କ୍ରିକେଟ ବୋର୍ଡ ଅଫ ଇଣ୍ଡିଆ (ବିସିସିଆଇ) ର ସଭାପତି ସୌରଭ ଗାଙ୍ଗୁଲି କ୍ରିକେଟ ମୈଦାନକୁ ଫେରିବାକୁ ଯାଉଛନ୍ତି। ବାମହାତୀ ବ୍ୟାଟ୍ସମ୍ୟାନ ସୌରଭ ଗାଙ୍ଗୁଲିଙ୍କର କ୍ରିକେଟ ଚମତ୍କାର ଫ୍ୟାନ୍ସମାନଙ୍କୁ ପୁଣିଥରେ ଦେଖିବାକୁ ମିଳିବ। ଲିଞ୍ଜାଣ୍ଡସ୍ ଲିଗ୍ କ୍ରିକେଟରେ ଏକ ସ୍ୱତନ୍ତ୍ର କ୍ରିକେଟ ମ୍ୟାଚ୍ ଖେଳୁଥିବାର ନଜର ଆସିବେ ଗାଙ୍ଗୁଲି। ଯାହାର ଖୁଲାସା ଗାଙ୍ଗୁଲି ନିଜେ କରିଛନ୍ତି।

ଗାଙ୍ଗୁଲି ଇଷ୍ଟାଗ୍ରାମରେ ପୋଷ୍ଟ କରି ଲେଖିଛନ୍ତି ଯେ,  ଆଜାଦି କା ଅମୃତ ମହୋତ୍ସବଙ୍କ ପାଇଁ ଫଣ୍ଡ ସଂଗ୍ରହ ପାଇଁ ଏକ ଚ୍ୟାରିଟି ମ୍ୟାଚ ପ୍ରସ୍ତୁତି ହୋଇଛି। ଯେଉଁଥିପାଇଁ ସେ ଟ୍ରେନିଙ୍ଗର ମଜା ନେଉଛନ୍ତି। ସ୍ୱାଧୀନତାର ୭୫ ବର୍ଷ ଏବଂ ମହିଳା ସଂଶକ୍ତିକରଣ ପାଇଁ ସେ ଲିଞ୍ଜାଣ୍ଡସ୍ ଲିଗ୍ କ୍ରିକେଟର ସିଜିନ ୨ରେ ଏକ ଭର୍ଟ ସ୍ୱତନ୍ତ୍ର ମ୍ୟାଚ ଖେଳିବେ। ନିକଟରେ LLC  ଘୋଷଣା କରିଥିଲେ ଯେ, ଆସନ୍ତା ସିଜନ ଭାରତରେ ଆୟୋଜିତ ହେବ। ଏହାସହ ଭାରତୀୟ ପ୍ରଶଂସକମାନେ ସୌରଭ ଗାଙ୍ଗୁଲିଙ୍କୁ ପୁଣି ଥରେ ମୌଦାନରେ ଖେଳିବାର ଦେଖିପାରିବେ। ତେବେ ଏହି  ମ୍ୟାଚ ପାଇଁ ସୌରଭ ଗାଙ୍ଗୁଲି ତାଙ୍କର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ସେପଟେ ଗାଙ୍ଗୁଲି ଜିମ୍ ରେ ବହୁ ପରିଶ୍ରମ କରୁଥିବାର ନଜର ଆସିଛନ୍ତି।

  • ଶୁଭଲକ୍ଷ୍ମୀ ସାହୁଙ୍କ ରିପୋର୍ଟ

Related Articles

Leave a Reply

Your email address will not be published.

Back to top button