ଓଡ଼ିଶା

ଘର ଲାଗି ହୋଇଥିବା ତରବରିଆ ଆଦେଶନାମାକୁ ବାତିଲ୍ କଲେ ଏସପି

ରାଉରକେଲା : ରାଉରକେଲା ପୁଲିସ ଜିଲ୍ଲାରେ ନିକଟରେ ନୂତନ ଏସପି ଯୋଗଦାନ କରିବା ଓ ପୁରାତନ ଏସପି ଯିବା ଭିତରେ ନାନା ଘଟଣା ଘଟୁଥିବା ବେଳେ ପୂର୍ବତନ ଏସପି ଯିବା ପୂର୍ବରୁ କିଛି ଅଫିସର କର୍ମଚାରୀଙ୍କ ଲାଗି ଘରପାଇବା ଲାଗି ଯେଉଁ ଆଦେଶନାମା ଜାରୀ କରିଥିଲେ ତାହା ନୂଆ ଏସପିଙ୍କ ସମୟରେ ବାତିଲ ହେବା ଓ ଏହି ଆଦେଶନାମା କରାଜିବା ଭିତରେ ବ୍ୟାପକ କାରବାର ହୋଇଥିବା ବିଷୟ ଏବେ ଚର୍ଚ୍ଚାର ପରିସରକୁ ଆସିଛି । ପୁଲିସ ଜିଲ୍ଲାର ନିଜସ୍ୱ ଘର ଥିବା ବେଳେ ଆରଏସପି ପକ୍ଷରୁ ୧୦୦ଟି ଘର ଯୋଗାଇ ଦିଆଯାଇଛି । ତେବେ ପୁଲିସ ଜିଲ୍ଲାରେ ଆବଶ୍ୟକ ଅନୁଶାରେ ଘର ନଥିବାରୁ ଘର ବଂଟନକୁ ନେଇ ଅନେକ କସରତ ହୋଇଥାଏ । ତେବେ ପୂର୍ବରୁ ଏନେଇ ଏକ ସେକ୍ସନ କାମ କରୁଥିବା ବେଳେ ବର୍ତମାନ ଜଣେ ଡିଏସପି ପାହ୍ୟାର ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ତେବେ ବିଦାୟୀ ଏସପି ଯିବା ଆଗରୁ ଏକ ଫାଇଲ ପ୍ରସ୍ତୁତ କରି ତରବରିଆ ଭାବେ କିଛି ଘର ଆଲଟମେଂଟ କରାଜିବା ଓ ସେଥିରେ ବ୍ୟାପକ ଅର୍ଥ କାରବାର ହୋଇଥିବା ନେଇ ଅଭିଯୋଗ ହେବା ସହ କଥା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା । ଏ ଖବର ଏସପିଙ୍କ ପାଖରେ ପହଁଚିବାରୁ ସେ ଏହାକୁ ଖାରଜ କରିବା ସହ ଗୃହ ବଂଟନ ଲାଗି ରହିଥିବା ସୁସ୍ଥ ବ୍ୟବସ୍ଥାକୁ ପୁର୍ନବାର ଲାଗୁ କରିଥିବା ଖବର ମିଳିଛି ।

Leave a Reply

Your email address will not be published.

Back to top button