Malkangiri

ଉଦଘାଟନର ୫ ବର୍ଷ ପରେ ବି ଖୋଲି ପାରିଲାନାହିଁ ବିଇଡି କଲେଜ, ଅସାମାଜିକଙ୍କ ଆଡ୍ଡା ସ୍ଥଳି ପାଲଟିଛି କଲେଜ

ମାଲକାନଗିରି : ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ଉଚଶିକ୍ଷାର ଅଗ୍ରଗତି ନିମନ୍ତେ ଗତ ୨୦୧୮ ମସିହାରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସରକାରୀ ଶିକ୍ଷକ ଶିକ୍ଷା ପ୍ରଶିକ୍ଷଣ ମହାବିଦ୍ୟାଳୟଟି ଅନୁସୂଚିତ ଜନ ଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପକ୍ଷରୁ ୧୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ନୂତନ ବିଲ୍ଡିଂ ଲୋକାର୍ପିତ ହୋଇଥିଲା । ମାଲକାନଗିରି ଜିଲ୍ଲାର ଉଚ୍ଚଶିକ୍ଷା କରିବାକୁ ଆଶା ରଖୁଥିବା ଗରିବ ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ସରକାରଙ୍କ ପକ୍ଷରୁ ନିର୍ମିତ କରାଯାଇଥିବା ବିଇଡି କଲେଜ ଉଦ୍ଘାଟନୀର ଦୀର୍ଘ ୫ ବର୍ଷ ହେଲା କାର୍ଯ୍ୟକାରୀ ହେଉ ନଥିବାରୁ ଛାତ୍ରଛାତ୍ରୀଙ୍କ ଉଚ୍ଚ ଶିକ୍ଷାର ଆଶା ମଉଳି ଯିବା ସହିତ ଏହି କୋଠଟି ଏବେ ଭୂତ କୋଠି ପଲଟିବା ସହିତ ଗୋରୁ ଗୁହାଳ ଓ ମଦ୍ୟପଙ୍କ ଆଡାସ୍ଥଳୀ ହୋଇଛି ।

ଏହି କୋଠା ନିର୍ମାଣ ପାଇଁ ସରକାରଙ୍କର ୧୦କୋଟିରୁ ଉର୍ଦ୍ଧ ଟଙ୍କା ଖର୍ଚ୍ଚ ହୋଇଛି । ତେବେ ଏହି କଲେଜ କୋଠାଟି ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଛି । ବ୍ୟବହାରରେ ଆସୁନି ଏହି କଲେଜ କୋଠା ଘର । ଏହି ବିଇଡି କଲେଜଟିର ବାପା ମା କିଏ କିଛି ଜଣାପଡୁନାହିଁ । ଜିଲ୍ଲା ଶିକ୍ଷାଧିକାରୀଙ୍କୁ ପଚରାଗଲେ ଏହା ଆମ ଅଧୀନରେ ନାହିଁ କହୁଥିବା ବେଳେ ଜିଲ୍ଲା ମଙ୍ଗଳ ଅଧିକାରୀ କୁହନ୍ତି ମୁ ଅଳ୍ପଦିନ ହେଲା ଏଠାକୁ ଆସିଛି ଏହା କାହା ଅଧୀନରେ ଆସୁଛି ଜାଣି ନାହିଁ, ବିଇଡି କଲେଜ କେବେ କାର୍ଯ୍ୟକାରୀ ହେବ ଉଚ୍ଚଶିକ୍ଷାବିଭାଗ ନିକଟରେ ଖବର ଥାଇପାରେ ବୋଲି ସେ କହିଛନ୍ତି । ମାଲକାନଗିରି ଜିଲ୍ଲାର ଉଚ୍ଚଶିକ୍ଷା କରିବାକୁ ଆଶା ରଖୁଥିବା ଗରିବ ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ସରକାରଙ୍କ ପକ୍ଷରୁ ନିର୍ମିତ କରାଯାଇଥିବା ବିଇଡି କଲେଜ ଉଦ୍ଘାଟନୀର ଦୀର୍ଘ ୫ ବର୍ଷ ହେଲା କାର୍ଯ୍ୟକାରୀ ହେଉ ନଥିବାରୁ ଛାତ୍ରଛାତ୍ରୀଙ୍କ ଉଚ୍ଚ ଶିକ୍ଷାର ଆଶା ମଉଳି ଯିବା ସହିତ ଏହି କୋଠଟି ଏବେ ଭୂତ କୋଠି ପଲଟିବା ସହିତ ଗୋରୁ ଗୁହାଳ ଓ ମଦ୍ୟପଙ୍କ ଆଡାସ୍ଥଳୀ ହୋଇଛି ।

ଏହି କୋଠା ନିର୍ମାଣ ପାଇଁ ସରକାରଙ୍କର ୧୦କୋଟିରୁ ଉର୍ଦ୍ଧ ଟଙ୍କା ଖର୍ଚ୍ଚ ହୋଇଛି । ତେବେ ଏହି କଲେଜ କୋଠାଟି ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଛି । ବ୍ୟବହାରରେ ଆସୁନି ଏହି କଲେଜ କୋଠା ଘର । ଏହି ବିଇଡି କଲେଜଟିର ବାପା ମା କିଏ କିଛି ଜଣାପଡୁନାହିଁ । ଜିଲ୍ଲା ଶିକ୍ଷାଧିକାରୀଙ୍କୁ ପଚରାଗଲେ ଏହା ଆମ ଅଧୀନରେ ନାହିଁ କହୁଥିବା ବେଳେ ଜିଲ୍ଲା ମଙ୍ଗଳ ଅଧିକାରୀ କୁହନ୍ତି ମୁ ଅଳ୍ପଦିନ ହେଲା ଏଠାକୁ ଆସିଛି ଏହା କାହା ଅଧୀନରେ ଆସୁଛି ଜାଣି ନାହିଁ, ବିଇଡି କଲେଜ କେବେ କାର୍ଯ୍ୟକାରୀ ହେବ ଉଚ୍ଚଶିକ୍ଷାବିଭାଗ ନିକଟରେ ଖବର ଥାଇପାରେ ବୋଲି ସେ କହିଛନ୍ତି । ମାଲକାନଗିରି ଜିଲ୍ଲାର ଉଚ୍ଚଶିକ୍ଷା କରିବାକୁ ଆଶା ରଖୁଥିବା ଗରିବ ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ସରକାରଙ୍କ ପକ୍ଷରୁ ନିର୍ମିତ କରାଯାଇଥିବା ବିଇଡି କଲେଜ ଉଦ୍ଘାଟନୀର ଦୀର୍ଘ ୫ ବର୍ଷ ହେଲା କାର୍ଯ୍ୟକାରୀ ହେଉ ନଥିବାରୁ ଛାତ୍ରଛାତ୍ରୀଙ୍କ ଉଚ୍ଚ ଶିକ୍ଷାର ଆଶା ମଉଳି ଯିବା ସହିତ ଏହି କୋଠଟି ଏବେ ଭୂତ କୋଠି ପଲଟିବା ସହିତ ଗୋରୁ ଗୁହାଳ ଓ ମଦ୍ୟପଙ୍କ ଆଡାସ୍ଥଳୀ ହୋଇଛି ।

ଏହି କୋଠା ନିର୍ମାଣ ପାଇଁ ସରକାରଙ୍କର ୧୦କୋଟିରୁ ଉର୍ଦ୍ଧ ଟଙ୍କା ଖର୍ଚ୍ଚ ହୋଇଛି । ତେବେ ଏହି କଲେଜ କୋଠାଟି ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଛି । ବ୍ୟବହାରରେ ଆସୁନି ଏହି କଲେଜ କୋଠା ଘର । ଏହି ବିଇଡି କଲେଜଟିର ବାପା ମା କିଏ କିଛି ଜଣାପଡୁନାହିଁ । ଜିଲ୍ଲା ଶିକ୍ଷାଧିକାରୀଙ୍କୁ ପଚରାଗଲେ ଏହା ଆମ ଅଧୀନରେ ନାହିଁ କହୁଥିବା ବେଳେ ଜିଲ୍ଲା ମଙ୍ଗଳ ଅଧିକାରୀ କୁହନ୍ତି ମୁ ଅଳ୍ପଦିନ ହେଲା ଏଠାକୁ ଆସିଛି ଏହା କାହା ଅଧୀନରେ ଆସୁଛି ଜାଣି ନାହିଁ, ବିଇଡି କଲେଜ କେବେ କାର୍ଯ୍ୟକାରୀ ହେବ ଉଚ୍ଚଶିକ୍ଷାବିଭାଗ ନିକଟରେ ଖବର ଥାଇପାରେ ବୋଲି ସେ କହିଛନ୍ତି । ସାଧାରଣରେ ପ୍ରଶ୍ନ ଉଠୁଛି ସରକାରୀ ବିଇଡି କଲେଜ ୧୦ କୋଟି ଟଙ୍କା ବ୍ୟୟରେ କୋଠା କାହା ସ୍ୱାର୍ଥରେ ନିର୍ମାଣ ହୋଇଥିଲା ? ଉଦ୍‌ଘାଟନର ୫ ବର୍ଷ ପରେ ବି ଆରମ୍ଭ ହୋଇପାରିଲା ନାହିଁ ଏହି କଲେଜ । ସୂଚନାଯୋଗ୍ୟ ଯେ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର ଶିକ୍ଷିତ ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷାର ବିକାଶ କରିବା ଉଦ୍ଦେଶ୍ୟରେ ୨୭ ଜୁଲାଇ ୨୦୧୮ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବିଇଡି କଲେଜର ଶୁଭ ଉଦଘାଟନ କରିଥିଲେ । ଶିକ୍ଷିତ ଛାତ୍ରଛାତ୍ରୀ ମନରେ ଆଶା ଭରିଥିଲେ ନିଜ ଜିଲ୍ଲାରେ ବିଇଡି ଅଧ୍ୟୟନ କରି ଶିକ୍ଷକଟିଏ ହେବେ ଏବଂ ଏହି ଅଂଚଳର ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦେବେ । କିନ୍ତୁ ସେମାନଙ୍କ ଆଶା ମଉଳି ଯାଇଛି । କାରଣ ଏହି ବିଲିଂ ଉଦ୍‌ଘାଟନ ହୋଇ ୫ ବର୍ଷ ହୋଇ ଯାଇଥିଲେ ମଧ୍ୟ ଏଠାରେ କଲେଜ ଆରମ୍ଭ ହୋଇ ପାରିନାହିଁ । ଫଳରେ ଏଠାକାର ପିଲାମାନେ ପୂର୍ବଭଳି ବାହାର ଜିଲ୍ଲା ଓ ବାହାର ରାଜ୍ୟ କୁ ଯାଇ ଅଧିକ ଖର୍ଚ୍ଚନ୍ତ ହୋଇ ବିଇଡି ତାଲିମ ନେଉଛନ୍ତି । ଏହି କଲେଜ ପରିସର ଚାରିଆଡ ଜଙ୍ଗଲ ସଦୃଶ ଦେଖାଯିବା ସହ ଏହି କୋଠା ଏକ ଭୁତକୋଠି ପାଲିଟିଥିବା ଜଣାପଡୁଛି । କୋଠରୀ ର କେଉଁଠି କବାଟ, ଝରକା ଭାଙ୍ଗି ପଡିଥିବା ବେଳେ କେଉଁଠି କାନ୍ଥରେ ବଡଧରଣର ଫାଟ ସୃଷ୍ଟି ହୋଇଛି । ଏହାସହ ଏଠାରେ ଅସାମାଜିକ ଲୋକ ଓ ମଦୁଆଙ୍କର ଆଡ୍ଡା ଜମିବା ସହ ଗୋରୁଗୁହାଳ ପାଲଟି ଯାଇଛି । ଏଭଳି ପରିସ୍ଥିତିରେ କୋଠାଟି ପଡ଼ିରହିଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛିଗତ ୨୦୨୩ରେ ରାଜ୍ୟସରକାର ପକ୍ଷରୁ କୋଠା ନିର୍ମାଣ କରିଥିବା ସଂସ୍ଥା ଆଇଟିଡିଏ ବିଭାଗକୁ ନିର୍ଦ୍ଦେର୍ଶ ଦିଆଯାଇଥିଲା ଏହି ବିଲ୍ଡିଂ କୁ ଉଚ୍ଚଶିକ୍ଷା ବିଭାଗକୁ ହସ୍ତାନ୍ତର କରିବା ପାଇଁ ।

ପରେ ପିଏ ଆଇଟିଡିଏ ଏହି ବିଲ୍ଡିଂ କୁ ଉଚ୍ଚଶିକ୍ଷା ବିଭାଗର ମଡର୍ନ କଲେଜ ଅଧ୍ୟକ୍ଷଙ୍କୁ ହସ୍ତାନ୍ତର କରିଥିଲେ । ମଡର୍ନ ଡିଗ୍ରୀ କଲେଜର ଅଧ୍ୟକ୍ଷ ଏହି ବିଲିଂ ଗ୍ରହଣ କରିଥିଲେ ।ଗତ ୨୦୨୦ ମସିହାରେ କୋଭିଡ ସଙ୍ଗରୋଧ କେନ୍ଦ୍ର ଓ ୨୦୨୧ ମସିହାରେ ଭୋଟ ଗଣତି କେନ୍ଦ୍ର କରାଯାଇଥିଲା । ତେବେ ମଡର୍ନ ଡିଗ୍ରୀ କଲେଜର ଅଧ୍ୟକ୍ଷ ଏହି ବିଲିଂ ଗ୍ରହଣ କରିବାର ୧୫ ଦିନ ପରେ କୋରୋନା ମହାମାରୀ ବଢିଯାଇଥରୁ ବିଭିଂକୁ ସଙ୍ଗରୋଧ କେନ୍ଦ୍ର ଭାବେ ବ୍ୟବହାର କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗକୁ ହସ୍ତାନ୍ତର କରିବାକୁ ତତ୍କାଳୀନ ମାଲକାନଗିରି ଜିଲ୍ଲାପାଳ ଚିଠି ଦ୍ୱାରା ମଡର୍ନ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାପାଳଙ୍କ ଚିଠିରନିର୍ଦ୍ଦେଶ ଅନୁଯାୟୀ କଲେଜ ଅଧ୍ୟକ୍ଷ ବିଲ୍ଡିଂ ଟିକୁ ସ୍ୱାସ୍ଥ୍ୟ ବିଭାଗକୁ ହସ୍ତାନ୍ତର କରିଦେଇଥିଲେ । ସ୍ୱାସ୍ଥ୍ୟ ବିଭାଗକୁ ହସ୍ତାନ୍ତର ପରେ ସେଠାରେ କୋରୋନା ସମୟରେ କୋଭିଡ ସଙ୍ଗରୋଧ କେନ୍ଦ୍ର ଖୋଲାଯାଇଥିଲା । ଏହାର କିଛିଦିନ ପରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ଆସିବାରୁସେଠାରେ ଭୋଟ ବାକ୍ସର ଷ୍ଟ୍ରଙ୍ଗ୍ ରୁମ୍ କରାଯିବା ସହ ସେଠାରେ ଭୋଟ ଗଣତି ମଧ୍ୟ କରାଯାଇଥିଲା । ତେବେ ପଂଚାୟତ ନିର୍ବାଚନ ପରେ ଏହି କୋଠାଗୁଡିକ ପରିତ୍ୟକ୍ତ ହୋଇ ପଡିରହିଛି । ଏହାର ରକ୍ଷଣାବେକ୍ଷଣ ଦାଇତ୍ୱ କିଏ ନେଉଥିବାରୁ ଏବେ ଭୁତ କୋଠି ପାଲଟି ଯାଇଛି । ଏ ସମ୍ପର୍କରେ ଆମେ ପୂର୍ବତନ ପିଏ ଆଇଟିଡିଏ ତଥା ଅତିରିକ୍ତ ଜିଲ୍ଲାପାଳ ତ୍ରିନାଥ ମାଝୀଙ୍କୁ ପଚାରିବାରୁ ସେ କହିଥିଲେ ଏହି ବିଇଡି କଲେଜ ବିଲ୍ଡିଂ ନିର୍ମାଣ ଦାଇତ୍ୱ ଆଇଟିଡିଏ ବିଭାଗ କୁଡ଼ିଆଯାଇ ଥିଲା । ବିଲ୍ଡିଂ ନିର୍ମାଣ ହେଲା ପରେ ଉଚ୍ଚଶିକ୍ଷାବିଭାଗକୁ ହସ୍ତାନ୍ତର କରିଦିଆଯାଇଛି । ବିଇଡି କଲେଜ କେବେ ଖୋଲିବ ସେ ସେ ବିଷୟରେ ଉଚ୍ଚଶିକ୍ଷା ବିଭାଗ କହିପାରିବ । ତଥାପି ଉକ୍ତ ବିଲ୍ଡିଂ ଟିକୁ ଅନ୍ୟକୌଣସି ଜନହିତକର କାର୍ଯ୍ୟରେ ଲଗାଯିବା ପାଇଁ ଚେଷ୍ଠା ଚାଲିଛି । ଏହାର ସୁରକ୍ଷା ଓ ରକ୍ଷଣାବେକ୍ଷଣ ଦାୟିତ୍ୱ ପ୍ରତିପ୍ରଶାସନ ଦୃଷ୍ଟି ଦେଉଛି ବୋଲି ସେ କହିଥିଲେ । ବିଇଡି ତାଲିମ ଉଦ୍ଧେଶ୍ୟରେ ନିର୍ମାଣ ହୋଇଥିବା ବିଲ୍ଡିଂ କାର୍ଯ୍ୟକାରୀ ହେଉ ନଥିବାରୁ ଜିଲ୍ଲା ବାସୀ ଓ ଆଶାୟୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି ।

Related Articles

Leave a Reply

Your email address will not be published.

Back to top button